ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ପଦ୍ମପୁର :- ବାରମ୍ବାର ପାଗରେ ପରିବର୍ତ୍ତନ ତଥା ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଚାଷୀ ମାନେ ଏହି ଫସଲ ନଷ୍ଟ ବିଷୟରେ ଆଜି ରାଜବୋଡା ସମ୍ବର କୄଷକ ସଂଗଠନ ଝାରବନ୍ଧ ବ୍ଳକ ତରଫରୁ ଝାରବନ୍ଧ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ବରଗଡ଼ ଙ୍କ ପାଖରେ ଗୁହାରୀ କରିଛନ୍ତି । ଚଲିତ ବର୍ଷ ଭଲ ବର୍ଷା ଯୋଗୁଁ ଧାନଚାଷ ଭଲ ଆଶାନେଇ ଧାର କରଜ କରି ଚାଷୀମାନେ ଚାଷ କରିଛନ୍ତି ହେଲେ
ପ୍ରକୄତିକ ଅସହଯୋଗ ଯୋଗୁଁ ରୋଗପୋକ ଆକ୍ରନ୍ତ ଯୋଗୁଁ ଫସଲ ନଷ୍ଟ ହେଉଛି । ଧାନ ଫସଲ ଭଲ ଭାବରେ ମଞ୍ଜି ହୋଇ ନ ପାରି ଅଗାଡି ହେଉଛି । ସରକାରଙ୍କ ଦ୍ବାରା ଦିଆଯାଇଥିବା କୀଟନାଶକ କିମ୍ବା ବଜାରରୁ ଦୋକାନରୁ କିଣାଯାଇଥିବା କୀଟନାଶକ ଔଷଧ କାମକୁ ଆସୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଚଲିତ ବର୍ଷ କ୍ଷୟକ୍ଷତିକୁ ଆକଳନ କରି ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳ ବରଗଡ଼ଙ୍କ ପାଖରେ ଗୁହାରୀ କରିଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )