ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ତିତ୍ତୋଲ :- ଜଗତସିଂହପୁର ,ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିତ୍ତୋଲ ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ନାମ ଘୋଷଣା ନକରିବା ପୂର୍ବରୁ ରାଜ୍ୟ ସ୍ତରୀୟ ବିଜେଡି ବରିଷ୍ଠ ନେତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରଘୁନାଥପୁର ବ୍ଲକର ଗତ ରବିବାର ଠାରୁ ନିର୍ବାଚନ ରଣକୌଶଳର ତାଲିମ ଶିବିର ସୋମବାର ପର୍ଯନ୍ତ ୧୫ ଟି ପଞ୍ଚୟତ କର୍ମୀମାନଙ୍କର ବୈଠକ ଶେଷ ହୋଇଛି ।
ସୋମବାରଏହି ଶିବିରରେ ସାଦେଇପୁର ପଞ୍ଚୟତ, ତାରପୁର, ଜଗନ୍ନାଥପୁର , ପୁରଣଓଡ଼ପଡା, ରାଢଙ୍ଗ, ଚିକିଣିଆ,ଜୟସୋଳ ,ଏରଦଙ୍ଗା ଓ ରଘୁନାଥପୁର ପଞ୍ଚୟତ ଗୁଡିକର ଆଗଧାଡ଼ି କର୍ମୀମାନଙ୍କୁ ନେଇ କଟକ ଜିଲ୍ଲା ରାମକମରପୁର ଠାରେ ୱାର୍ଡ ସ୍ତରରୁ ନିର୍ବାଚନ ରଣନୀତି ଉପରେ ଆଲୋଚନା ହୋଇଥିଲା । ବୈଠକରେ ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜ୍ୟ ଯୋଜନାବୋଡ଼ ଉପାଧକ୍ଷ୍ୟ ସଂଜୟ କୁମାର ଦାସବର୍ମା, ରାଜ୍ୟସାଂସଦ ମୁନା ଖାଁ , ପୂର୍ବତ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ,
ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ପ୍ରମୁଖ ଯୋଗଦେଇ ନିର୍ବାଚନ ରଣକୌଶଳ ଉପରେ ସୂଚନା ଦେଇଥିଲେ । ଏଥିରେ ପୁରୁଣଓଡ଼ପଡା ପଂଚୟତର ବିଜେଡ଼ି ସଭାପତି ଶିବରାମ ସାହୂ ଓ ସମିତିସଭ୍ୟ ବିଦ୍ୟାଧର ମହାନ୍ତି ୨ଜଣ ବିଜେପି କର୍ମୀ ଓ ୨ଜଣ କଂଗ୍ରେସ କର୍ମୀଙ୍କୁ ନେଇ ଆନୁଷ୍ଠାନିକ ଭାବେ ଯୋଜନବୋଡ଼ ଉପାଧକ୍ଷ୍ୟଙ୍କ ନିକଟରେ ପହଞ୍ଚାଇ ଦଳରେ ସାମିଲ କରାଇଥିଲେ । (ତିର୍ତ୍ତଲରିପୋର୍ଟ /ଭାସ୍କର ପଟ୍ଟନାୟକ)