ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ଆନୁକୂଲ୍ୟରେ ବିଭାଗ ପକ୍ଷରୁ ମଡ଼େଲିଂ ଇଲୋକ୍ଟ୍ରୋନିକ୍ ଡ଼ିଭାଇସ୍ ଏଣ୍ଡ ସିଷ୍ଟମ୍ ଆନ୍ତର୍ଜାତୀୟ ୱେବିନାର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ସସ୍ତିକା ପାଢି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ସିଙ୍ଗାପୁର ବୈଷୟିକ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ. ଆରୋକାସ୍ୱାମି ଆଲଫୋନସ୍ ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଇଲୋକ୍ଟ୍ରୋନିକ୍ ବିଜ୍ଞାନ ଓ କାରଗରୀ ବିଭାଗୀୟ ପ୍ରାଧ୍ୟାପକ ଡ଼ଃ. ରବିନ୍ଦ୍ର କିଶୋର ମିଶ୍ର, ହାଇଦ୍ରାବାଦ ବିଶ୍ୱ
ବିଦ୍ୟାଳୟର ଇଲୋକ୍ଟ୍ରୋନିକ୍ ବିଜ୍ଞାନ ଓ କାରଗରୀ ବିଭାଗୀୟ ପ୍ରାଧ୍ୟାପକ ଡ଼ଃ. ସମିର ସାବତ ଓ ଆନ୍ଧ୍ରପ୍ରଦେଶ ଜେଏନଟିୟୁ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ଼ଃ. ଶମ୍ଭୁନାଥ ନନ୍ଦ ଯୋଗଦେଇ ଟେକ୍ନୋଲୋଜି ଟୁ ଫାଇଟ୍ କରୋନା ଭାଇରସ, ୟୁଭିସି ସିଷ୍ଟମ ମଡ଼େଲିଂ ଏବଂ ଡ଼ିଜାଇନ ଇସ୍ୱୁ ସମ୍ବନ୍ଧୀୟ ସ୍କନ୍ଦର୍ଭ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡ଼ଃ. ପ୍ରଦୀପ କୁମାର ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ )