ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର ) ଗଞ୍ଜାମ :- କରୋନା ମାହାମାରୀ ପ୍ରଭାବ ଫଳରେ ସାଧାରଣ ଜନତା ଓ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ମାନେ ଅଭାବ ଅନାଟନ ଦେଇ ଗତି କରୁଛନ୍ତି । ବରିଷ୍ଟ ନାଗରିକ, ଭିନ୍ନକ୍ଷମ, ବିଧବା, ବୟସ୍କ ଅବିବାହିତା ମାନେ ଏନ ଏ ସି କାର୍ଯ୍ୟାଳୟରୁ ସେମାନଙ୍କୁ ମିଳୁଥିବା ଭାତ୍ତାକୁ ଚାହିଁ ବସିଥିବା ବେଳେ ସେମାନଙ୍କୁ ଠିକ ସମୟରେ ଭତ୍ତା ମିଳୁ ନଥିବା ଅଭିଯୋଗ କରି ସୋମବାର ରମ୍ଭା ଏନ ଏ ସି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଉପଭୋକ୍ତା ମାନେ ପହଞ୍ଚି ହୋ ହାଲ୍ଲା କରିବାସହ ତାଲାବନ୍ଦ ଆନ୍ଦୋଳନ କରିଥିଲେ । ଏପରି ସମୟରେ ସ୍ଥାନୀୟ ଦଳିତ ସମ୍ପ୍ରଦାୟ ନେତା ଭୀମସେନ ବେହେରା ପହଞ୍ଚି ଭାତ୍ତା ସମସ୍ୟା
ନେଇ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଙ୍କ ସହ ଫୋନ ଯୋଗେ ଦୃଷ୍ଟି ଆକର୍ଷଣ କରିଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଖଲ୍ଲିକୋଟ ତହସିଲଦାର ଚକ୍ରପାଣି ପାଢ଼ୀ ଏନ.ଏ.ସି. କାର୍ଯ୍ୟାଳୟରେ ପହଞ୍ଚି ଭାତ୍ତା ପାଇ ନଥିବା ଉପଭୋକ୍ତା ମାନଙ୍କ ସହ ଆଲୋଚନା କରିବା ସହ ବୁଝାଇ ସେମାନଙ୍କୁ ଆସନ୍ତା କାଲି ଭାତ୍ତା ପ୍ରଦାନ କରାଯିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ତହସିଲଦାର ବ୍ୟାଙ୍କ ଶାଖା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉପଭୋକ୍ତା ମାନେ ସେମାନଙ୍କ ଭାତ୍ତା 4 ମାସ ହେଲା ପାଇଁ ନଥିଲେ ହେଁ ଏ ନେଇ ବାରମ୍ବାର ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନଙ୍କୁ ସେ ଦୃବ୍ୟବହାର କରୁଥିବା ଫଳରେ ବୃଦ୍ଧ, ବୃଦ୍ଧା ଓ ବିଧବା ମାନେ ରମ୍ଭା ଏନ ଏ ସି ରୁ ତାଙ୍କୁ ହଟାଇବାକୁ ନାରା ଦେଉଥିବା ଦେଖିବାକୁ ମିଳିଥିଲା ।
ସୁନିତା ବେହେରା, ଜ୍ୟୋତି ରାଜ ବେହେରା, ଲକ୍ଷ୍ମୀ ପାତ୍ର, ସୁଷମା ସାସମାଲ, ସୁବି ଗୌଡ଼, ସୁନ୍ଦରୀ ସେଠୀ, ରତନ ଦାସ, ଝୁନୁ ବାରିକ, ଚନ୍ଦ୍ରମା ସାହୁ, ବାଞ୍ଛା ଦାସ, ତାରିଣୀ ସାହୁ, ଅହଲ୍ୟା ବିଶ୍ୱାଳ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ, ବିଧବା ମାନେ ଏହି ବିକ୍ଷୋଭ ରେ ସାମିଲ ଥିଲେ ।କରୋନା ମାହାମାରୀ ପ୍ରଭାବ ଫଳରେ ସାଧାରଣ ଜନତା ଓ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ମାନେ ଅଭାବ ଅନାଟନ ଦେଇ ଗତି କରୁଛନ୍ତି । ବରିଷ୍ଟ ନାଗରିକ, ଭିନ୍ନକ୍ଷମ, ବିଧବା, ବୟସ୍କ ଅବିବାହିତା ମାନେ ଏନ ଏ ସି କାର୍ଯ୍ୟାଳୟରୁ ସେମାନଙ୍କୁ ମିଳୁଥିବା ଭାତ୍ତାକୁ ଚାହିଁ ବସିଥିବା ବେଳେ ସେମାନଙ୍କୁ ଠିକ ସମୟରେ ଭତ୍ତା ମିଳୁ ନଥିବା ଅଭିଯୋଗ କରି ସୋମବାର ରମ୍ଭା ଏନ ଏ ସି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଉପଭୋକ୍ତା ମାନେ ପହଞ୍ଚି ହୋ ହାଲ୍ଲା କରିବାସହ ତାଲାବନ୍ଦ ଆନ୍ଦୋଳନ କରିଥିଲେ । ଏପରି ସମୟରେ ସ୍ଥାନୀୟ ଦଳିତ ସମ୍ପ୍ରଦାୟ ନେତା ଭୀମସେନ ବେହେରା ପହଞ୍ଚି ଭାତ୍ତା ସମସ୍ୟା ନେଇ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଙ୍କ ସହ ଫୋନ ଯୋଗେ ଦୃଷ୍ଟି ଆକର୍ଷଣ କରିଥିଲେ ।
ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଖଲ୍ଲିକୋଟ ତହସିଲଦାର ଚକ୍ରପାଣି ପାଢ଼ୀ ଏନ.ଏ.ସି. କାର୍ଯ୍ୟାଳୟରେ ପହଞ୍ଚି ଭାତ୍ତା ପାଇ ନଥିବା ଉପଭୋକ୍ତା ମାନଙ୍କ ସହ ଆଲୋଚନା କରିବା ସହ ବୁଝାଇ ସେମାନଙ୍କୁ ଆସନ୍ତା କାଲି ଭାତ୍ତା ପ୍ରଦାନ କରାଯିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ତହସିଲଦାର ବ୍ୟାଙ୍କ ଶାଖା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉପଭୋକ୍ତା ମାନେ ସେମାନଙ୍କ ଭାତ୍ତା 4 ମାସ ହେଲା ପାଇଁ ନଥିଲେ ହେଁ ଏ ନେଇ ବାରମ୍ବାର ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନଙ୍କୁ ସେ ଦୃବ୍ୟବହାର କରୁଥିବା ଫଳରେ ବୃଦ୍ଧ, ବୃଦ୍ଧା ଓ ବିଧବା ମାନେ ରମ୍ଭା ଏନ ଏ ସି ରୁ ତାଙ୍କୁ ହଟାଇବାକୁ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ସୁନିତା ବେହେରା, ଜ୍ୟୋତି ରାଜ ବେହେରା, ଲକ୍ଷ୍ମୀ ପାତ୍ର, ସୁଷମା ସାସମାଲ, ସୁବି ଗୌଡ଼, ସୁନ୍ଦରୀ ସେଠୀ, ରତନ ଦାସ, ଝୁନୁ ବାରିକ, ଚନ୍ଦ୍ରମା ସାହୁ, ବାଞ୍ଛା ଦାସ, ତାରିଣୀ ସାହୁ, ଅହଲ୍ୟା ବିଶ୍ୱାଳ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ, ବିଧବା ମାନେ ଏହି ବିକ୍ଷୋଭ ରେ ସାମିଲ ଥିଲେ । ( ରିପୋର୍ଟ : ଶେଷଦେବ ସାହୁ )