ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ଭୁବନେଶ୍ୱର :- ତିର୍ତ୍ତୋଲ ଓ ବାଲେଶ୍ଵର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସୋମବାର ପ୍ରାର୍ଥୀ ଘୋଷଣା କରାଯାଇଛି । ତିର୍ତ୍ତୋଲ ପାଇଁ ସ୍ବର୍ଗତ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ପୂର୍ବରୁ ମଧ୍ୟ ବିଜୟ ଶଙ୍କରଙ୍କ ନାମକୁ ନେଇ ଆଲୋଚନା ହୋଉଥିଲା । ତେବେ ଶେଷରେ ଦଳର ସୁପ୍ରିମୋ ଏଥିରେ ମୋହର ମାରିଛନ୍ତି ।
ଅନ୍ୟପକ୍ଷରେ ବାଲେଶ୍ଵର ବିଧାନସଭା ଆସନ ପାଇଁ ସ୍ବରୂପ କୁମାର ଦାସଙ୍କୁ ବିଜେଡିର ପ୍ରାର୍ଥୀ କରାଯାଇଛି । ଏହି ଆସନ ପାଇଁ ଅନେକ ନାମକୁ ନେଇ ଆଲୋଚନା ହେଉଥିବା ବେଳେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳ ପକ୍ଷରୁ ସ୍ବରୂପ ଦାସଙ୍କୁ ନୂଆ ପ୍ରାର୍ଥୀ କରାଯାଇଛି । ସେ ବାଲେଶ୍ଵର ପୌର ପାଳିକାର ପୂର୍ବତନ କାଉନସିଲର ଥିଲେ । ( ଭୁବନେଶ୍ୱର /ରିପୋର୍ଟ /ସ୍ୱରୂପ ଦାସ୍ )