ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର :- ନୟାଗଡ ଜିଲ୍ଲା ରଣପୁରରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ ଓ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନର ମିଳିତ ମଂଚ ପକ୍ଷରୁ ସକାଳୁ ସକାଳୁ ସୁନାଖଳାରେ ରେଳ ଚଳା ଚଳ ବନ୍ଦ ଓ ରାସ୍ତା ରୋକ କରାଯାଇଥିଲା । ସିଟୁ ଓ ଆଇ.ଏନ.ଟି.ୟୁ.ସି ପକ୍ଷରୁ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି । ରଣପୁରର ମେଡିକାଲ ଛକ ଠାରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଆନ୍ଦୋଳନରେ ବସି ଗାଡି ଚଳାଚଳ ବନ୍ଦ କରିଥିଲେ । ଏହା ସହିତ ଆନ୍ଦୋଳକାରୀମାନେ ରଣପୁରର ବିଭିନ୍ନ ରାସ୍ତା ଉପରେ ବସି ଗାଡି ଚଳାଚଳ ବନ୍ଦ କରିଥିଲେ । ରିପୋର୍ଟ – ସୋନାଲି
ଏହା ସହିତ ଆନ୍ଦୋଳନକାରୀମାନେ ସୁନାଖଳା ଯାଇ ରେଳ ଚଳାଚଳ ମଧ୍ୟ ବନ୍ଦ କରିଥିଲେ । ବଜାର ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିବା ଦେଖୀବାକୁ ମିଳିଥିଲା । ଅଞ୍ଚଳର ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ, ଅଫିସ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଦରଦାମ ବୃଦ୍ଧି, ବେକାରୀ ଓ ସିଏଏ ବିରୋଧରେ ୧୨ ଦଫା ଦାବି ବିଶିଷ୍ଟ ବନ୍ଦ ଡାକାରା ଦିଆ ଯାଇଥିଲା । କେନ୍ଦ୍ରୟ ଶ୍ରମିକ ସଂଗଠନ, ଆଇ.ଏନ.ଟି.ୟୁ.ସି, କୃଷକ, ଅଙ୍ଗନବାଡି, ପାଚିକା, ନିର୍ମାଣ ଶ୍ରମିକମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ଭାରତ ବନ୍ଦକୁ ସଫଳ ଭାବେ ପାଳନ କରିଥିଲେ ।
ଏହି ଅବସରରେ ରଣପୁରରେ ଏକ ଶୋଭାଯାତ୍ରା ହୋଇଥିଲା । ଆଇ.ଏନ.ଟି.ୟୁ.ସି. ର ନୟାଗଡ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକ, ସି.ଟୁ. ର ସଦସ୍ୟ ସୁରେଶ ସ୍ୱାଇଁ, ଦୁଶାସନ ଜେନା, ବୁଲୁ ମହାନ୍ତି ,ଆଇ.ଏନ.ଟି.ୟୁ.ସି ର ସଦସ୍ୟ ବିଭୂତି କୁମାର ଜେନା, ମିର ଅବୁବକ ସିଦ୍ଦିକ, ଅଜୟ ମହାନ୍ତି, ନିତ୍ୟାନନ୍ଦ ପରିଡା, ହରିଶ୍ଚ ଚନ୍ଦ୍ର ମିଶ୍ର ଙ୍କ ସହିତ ଅନେକ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।