ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ଚାନ୍ଦପୁର :- କାହ୍ନୁ ଗ୍ୟାଙ୍ଗ କୁ ଖୁଲାସା କରିବାକୁ ଯାଇ ପୋଲିସ ହାତରେ ଲାଗିଛି ନୂଆ ନୂଆ ସୁରାକ । କାହ୍ନୁ ପ୍ରଧାନ ବ୍ୟବହାର କରୁଥିବା ରେଞ୍ଜ ରୋଭର୍ ନାମକ ନାମୀଦାମୀ ଗାଡି ଜାଲ୍ ନମ୍ଵର୍ ବୋଲି ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି । ସେହି ଗାଡି ରେ ଜାଲ୍ ନମ୍ବର ମାରି ନିଜର ନକଲି ପରିଚୟ ରେ ସରକାରୀ ସ୍ତରରେ ହଇଚଇ ମଚାଇଥିବା କାହ୍ନୁ ଏପରି ନାମୀଦାମୀ ଗାଡି ଯାହାକି ଓଡ଼ିଶାରେ ବହୁ କମ୍ ଦେଖିବାକୁ ମିଳିଥାଏ । ସେହି ଗାଡି କାହ୍ନୁ କିପରି ଜାଲ୍ ନମ୍ବର ମାରି ବୁଲୁଥିଲା …?
● ଏହି ଗାଡି କାହ୍ନୁ ପାଖକୁ କେଉଁଠୁ ଆଣିଲା ଏବଂ ତାର ଇନକମ୍ କଣ ?
● କାହ୍ନୁ ଏମିତି ଗାଡି ଆଗରେ ଜାଲ୍ ନମ୍ବର ମାରି ବୁଲିବାର କାରଣ କ’ଣ ?
● ଏହି ଗାଡି ଆଣିବା ପଛରେ କିଛି ନେତା କିମ୍ବା ସରକାରୀ ଅଧିକାରୀ ଙ୍କ ର ହାତ ଅଛି କି ନାହିଁ ?
● କାହ୍ନୁ ର ଏହି ଭଳି ଜାଲ୍ କାରବାର ଆଉ କିଏ କିଏ ସାମିଲ ଅଛନ୍ତି ନା ନାହିଁ ?
ଏହି ସବୁ ର ତଦନ୍ତ ଜାରୀ ରହିଛି । ଧୀରେ ଧୀରେ କାହ୍ନୁ ର କଳା କାରନାମା ଆସୁଛି ସାମ୍ନାକୁ । ପୋଲିସ ର ଅଚାନକ ଚଢ଼ଉ ଜାରୀ ରହିଥିବା ସୂଚନା ମିଳୁଛି । ବିଗତ ଦିନ ରେ ତହସିଲଦାର ଙ୍କୁ ଚାନ୍ଦା ମାଗିଥିଲେ ଚାନ୍ଦା ନଦେବାରୁ ଲୋକ ଲଗାଇ ତହସିଲଦାର ଙ୍କୁ ଆକ୍ରମଣ କରିଥିବା କେସ୍ ର ତଦନ୍ତ ଆରମ୍ଭ କରି ପୋଲିସ ଜୋରଦାର ଚଢଉ ଜାରୀ କରିଛି । ଆଗରୁ ଚାନ୍ଦପୁର ଥାନା ଫାଣ୍ଡି ତାହା ବହୁ ଦିନରୁ ଏକ ଦକ୍ଷ ଅଫିସର ନଥିବାରୁ ଚାନ୍ଦପୁର ର ବହୁ ଲୋକ ଙ୍କୁ ଠକି ମିଛ କେସ୍ ରେ ପକାଇ ଦେବ ବୋଲି ଧମକ ଚମକ ଦେଖାଇ ଡରାଇ ଆସୁଥିଲା ପୋଲିସ ଅଧିକାରୀ ଙ୍କୁ ମଧ୍ୟ ମିଥ୍ୟା ମକଦ୍ଧମା ଦାୟର କରିବା ପାଈଁ , ଏସ୍ ଇ ଏସ୍ ଟି ଲୋକ ଙ୍କ ପାଈଁ ବହୁ ଅସୁବିଧା ସୃଷ୍ଟି କରାଇଥିଲା । ଏବେ ବିଶେଷ ସୂତ୍ର ରୁ ପ୍ରକାଶ ଯେ ୧୦ ଟି ବିହାରୀ ଗୁଣ୍ଡା ଙ୍କୁ ପାଖରେ ରଖି ବୁଲୁଛି । ପୋଲିସ ତଦନ୍ତ କରି ତହସିଲଦାର୍ ଆକ୍ରମଣ ଘଟଣାରେ ମଧ୍ୟ ସମ୍ପୃକ୍ତ ବୋଲି ଜଣା ପଡ଼ିଛି । ଏବେ ପୋଲିସ ର ଏକ ସ୍ୱତନ୍ତ୍ର ଟିମ୍ କାହ୍ନୁ କାର ଉପରେ ଟିକିନିଖ୍ ତଦନ୍ତ କରୁଛନ୍ତି ।
ନିକଟରେ ମଧ୍ୟ ଏହା ଶୁଣିବାକୁ ମିଳୁଛି ନିଜକୁ ଜଙ୍ଗଲ ବିଭାଗ ସେକ୍ରେଟେରି ବୋଲି ପରିଚୟ ଦେଇ କୁକୁଡ଼ାଝରି ଗ୍ରାମ ର ଜୈନିକ ମହିଳା ଙ୍କ ଠାରୁ ଏକ ଚୋରୀ କାଠ ଧରା ପଡିଥିବା ଗାଡିକୁ ରିଲିଜ୍ କରିବା ପାଈଁ ଏକ ଲକ୍ଷ ଅଶି ହଜାର ଟଙ୍କା ନେଇଥିବାର ଜଣା ଯାଉଛି । କୌଣସି କାମ ନହେବାରୁ ଜୈନିକ ମହିଳା ସେହି ପଇସା ପୁନଃଶ୍ଚ ମାଗିବାରୁ ପେଟ୍ରୋଲ ପମ୍ପ ଲୋକ ଙ୍କ ସହ ମିଶି ଚମ୍ପଟ ମାରିଛନ୍ତି । ଖାଲି ଏତିକି ନୁହେଁ ଟ୍ରୋଲ୍ ଗେଟ ରେ ନିଜକୁ ବିଧାୟକ ର ପରିଚୟ ଦେଇ ଯିବା , ଭୁବନେଶ୍ୱର ରେ ମଧ୍ୟ ଏହି ଭଳି ମିଥ୍ୟା ପରିଚୟ ର ସାହାରା ନେଇ ଲୋକ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହେବାର ଆଭିଯୋଗ ହୋଈଛି । ଏହିଭଳି ଧୀରେ ଧୀରେ ଚାନ୍ଦପୁର ପୋଲିସ ଏହି କାହ୍ନୁ ମାମଲା ର ପର୍ଦାଫାସ୍ କରିବାକୁ ଲାଗିଛି ।