ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ଶିଳ୍ପ, ଶକ୍ତି, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଓଡ଼ିଶା କୋଲ ଏବଂ ପାଓ୍ୱାର ଲିମିଟେଡ଼୍ (OCPL)ର ମନୋହର ପୁର କୋଇଲା କାରଖାନାର ବିକାଶ ଏବଂ ଏହାର ପରିଚାଳନା ନେଇ ସମୀକ୍ଷା କରିଛନ୍ତି। ମନୋହର ପୁର ଗ୍ରାମର ବିସ୍ଥାପିତ ପରିବାରଙ୍କୁ ପ୍ରଦାନ କରାଯାଉଥିବା ଥଇଥାନ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । OCPL ପକ୍ଷରୁ ପ୍ରଦାନ କରାଯାଉଥିବା ସମସ୍ତ ବ୍ୟବସ୍ଥାରେ ଯେପରି ତ୍ରୁଟି ପୂର୍ଣ୍ଣ ରହିବ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ମିଶ୍ର ଅବଗତ କରାଇଥିଲେ । Coal Handling Plant (CHP) ଏବଂ ମନୋହର ପୁର ଟାଉନ୍ସିପ୍ ଯୋଜନାର ନିର୍ମାଣ, Mahanadi Coalfields Limited (MCL) ଦ୍ୱାରା କୋଇଲା ଉତ୍ତୋଳନ ଏବଂ ଏହାର ବିକି୍ରବଟା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ପଚାରି ବୁଝିଥିଲେ । OCPLର ମୁଖ୍ୟ କାଯ୍ୟକାରୀ ଅଧିକାରୀ ଡ଼ା. ଖିରୋଦ୍ ଚନ୍ଦ୍ର ବ୍ରହ୍ମା OCPL ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟାବଳୀ, ବିଧିବଧ ବ୍ୟବସ୍ଥାଗୁଡ଼ିକ ସମ୍ପର୍କରେ ପାଓ୍ୱାର ପଏଣ୍ଟ ଦ୍ୱାରା ଉପସ୍ଥାପନ କରି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଅବଗତ କରାଇଥିଲେ । ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଂଗ୍ରାମ ସ୍ୱାଇଁ, ଭାରତ ସରକାରଙ୍କ ପ୍ରବନ୍ଧ ନିର୍ଦ୍ଦେଶକ, ଓଡ଼ିଶା ପାଓ୍ୱାର ଜେନେରେସନ୍ର ପରିଚାଳନା ନିର୍ଦ୍ଦେଶକ (ବାଣିଜ୍ୟ) ଶ୍ରୀ ଇନ୍ଦ୍ରନିଲ ଦତ୍ତ, ଡିଏଫ୍, OHPC ଶ୍ରୀ ପ୍ରଭାକର ମହାନ୍ତି ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସୁପରି ଚାଳନ ହେଉଥିବା ହେତୁ ସନ୍ତୋଷ ପ୍ରକାଶ କରି ମନ୍ତ୍ରୀ ଶ୍ରୀ ମିଶ୍ର OCPL ର କର୍ମକର୍ତ୍ତା ଓ ଅଧିକାରୀଙ୍କ ଏଭଳି ପ୍ରୟାସକୁ ସାବାଦ ଦେଇଥିଲେ ।













