ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) କୋଦଳା :- ଗ୍ରାମାଞ୍ଚଳର ଲୋକଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ସହ ଗମନାଗମନର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଵ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହେଉଛି, କିନ୍ତୁ ନିମ୍ନମାନର କାମ ଯୋଗୁଁ ଏହି ନବନିର୍ମିତ ରାସ୍ତା ଗୁଡିକରୁ ଦୁଇ ମାସ ମଧ୍ୟରେ ପିଚୁ ଉଠିଯାଉଛି । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ ରାଣୀପଡା ଠାରୁ କାଳିମେଘି ରାସ୍ତା ନିର୍ମାଣରେ। କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ୫୧ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କେ ରାଣୀପଡା ଠାରୁ ଠାରୁ କାଳିମେଘି ପର୍ଯ୍ୟନ୍ତ ୧ କିଲୋମିଟର ୫୩୦ ମିଟର ରାସ୍ତା ନିର୍ମାଣ ଶେଷ ହୋଇଛି l ହେଲେ ନିର୍ମାଣ କାର୍ଯ୍ୟ
ଶେଷ ହେବାର ଏକ ବର୍ଷ ପୂର୍ତ୍ତି ନହେଉଣୁ ରାସ୍ତାରୁ ପିଚୁ ଉଠିଯାଇଥିବା ସହ ରାସ୍ତା ମଝିରେ ବିରାଟକାୟ ଗର୍ତ୍ତ ମାନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଠିକାଦାରଙ୍କ ମନମୁଖୀ କାର୍ଯ୍ଯ ଯୋଗୁଁ ଏଭଳି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l କୋଦଳା ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନସ୍ଥ ବହୁ ଅଞ୍ଚଳରେ ବହୁବାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା ନିର୍ମାଣରେ ଅନିୟମିତତାକୁ ନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ନିରବଦ୍ରଷ୍ଟା ସାଜିଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଦୁଇମାସ ହେବ ନୂତନ କରି ଆସିଛନ୍ତି ଏବଂ ଏନେଇ ଅନୁଧ୍ୟାନ କରିବେ ଏବଂ ରକ୍ଷଣାବେକ୍ଷଣ ସମୟସୀମା ଯଥେଷ୍ଟ ରହିଥିବାରୁ ସଂପୃକ୍ତ ଠିକାଦାରଙ୍କୁ ଏନେଇ ତାଗିଦ୍ କରାଯିବ ବୋଲି କହିଛନ୍ତି। ଏଣୁ ବିଭାଗୀୟ ଉଚ୍ଚ ପଦାଧିକାରି ଏଥିପ୍ରତି ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି l (ରିପୋର୍ଟ : ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ)