ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ଗଞ୍ଜାମ :- ବ୍ରହ୍ମପୁର ଆଞ୍ଚଳିକ ମୁଖୟ ବନ ସଂରକ୍ଷକଙ୍କ କାର୍ଯ୍ଯାଳୟ ପରିସରରେ ଜିଲ୍ଲାସ୍ତରୀୟ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରବେଶ ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା , ପରିବେଶ ସୁରକ୍ଷା ଏବଂ ଜଙ୍ଗଲକୁ ସୁରକ୍ଷା ଯୋଗାଇଦେଉଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ଗୁଡିକୁ ପ୍ରକୃତି ମିତ୍ର , ପ୍ରକୃତି ବନ୍ଧୁ ଏବଂ ସବ ଡିଭିଜିନାଲ ୱାଇଲ୍ଡ ଲାଇଫ କନ୍ଜରଭେସନ ସମ୍ମାନରେ ସମ୍ମାନୀତ କରାଯାଇଛି । ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଜଙ୍ଗଲ ସୁରକ୍ଷା ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ବାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଆଞ୍ଚଳିତ ମୁଖ୍ୟ ବନ୍ୟ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ , ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ
ବେହୁରୀ , ଅବସରପ୍ରାପ୍ତ ଏସିଏଫ ତ୍ରୀନାଥ ପଟ୍ଟନାୟକ , ଏସିଏଫ ଅଶୋକ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ସବ ଡିଭିଜିନାଲ ୱାଇଲ୍ଡ ଲାଇଫ କନ୍ଜରଭେସନ ସମ୍ମାନରେ ସ୍ନେକ ହେଲ୍ପଲାଇନ ସଦସ୍ୟ ତଥା ସାମ୍ବାଦିକ ସ୍ବାଧୀନ କୁମାର ସାହୁ , ମହେଶ୍ବର ବରାଳ , ଓ ଦିଲ୍ଲୀପ କୁମାର ସାହୁ ସମ୍ମାନୀତ ହୋଇଥିବାବେଳେ ପ୍ରକୃତି ମିତ୍ର ସମ୍ମାନରେ ବାଲାଜୀ ବିଦ୍ୟା ପୀଠ କନିଷି , ସାଇ ଗୁରକୁଳ ଆବାସିକ ବିଦ୍ୟାଳୟ , ଭଞ୍ଜନଗର , ଅନସ୍ଲୋ ହାଇସ୍କୁଲ ଛତ୍ରପୁର , ବାଳିକା ଉଚ୍ଚ ବିଦ୍ୟାଳୟ ହିଞ୍ଜିଳିକାଟୁ ସମେତ ୧୨ଟି ଅନୁଷ୍ଠଆନକୁ ସମ୍ମାନୀତ କରାଯାଇଛି । ସେହିପରି ପ୍ରକୃତି ବନ୍ଧୁ ସମ୍ମାନରେ ଡ. ରାମ କୃଷ୍ଣ ସାହୁ , ଗୀତାଞ୍ଜଳୀ ତ୍ରିପାଠୀ , ଖଦାଳ ନାୟକଙ୍କ ସମେତ ୧୧ ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ବନପାଳ , ବନରକ୍ଷୀ ଓ ପରିବେଶ ପ୍ରେମୀମାନେ ଉପସ୍ଥିତ ଥିଲେ । (ରିପୋର୍ଟ : ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ)