ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ହିଞ୍ଜିଳିକାଟୁ :- ରାଜ୍ୟରେ କରୋନା ମହାମାରୀ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ଧରି ଏକ ଭୟ ଓ ଆତଙ୍କ ପରିସ୍ଥିତି ସୃଷ୍ଟି କରିଛି । କିଛି ଜିଲ୍ଲାରେ ସଂକ୍ରମଣ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିଲା ବେଳେ କିଛି ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଏଭଳି ଏକ କଠିନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଶାସନର ମଙ୍ଗ ଧରିଥିବା ଶାସକ ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ପରିବର୍ତ୍ତେ କରୋନା ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକ ପକ୍ଷରୁ ଗତ ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିବସ ଠାରୁ କରୋନା ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେରେ ୬୭ ନଂ ଜୋନର ସମରଝୋଳ,ଦ୍ୱିତୀୟରେ
୬୯ ନଂ ଜୋନର ଗଣ୍ଡଳା ଏବଂ ତୃତୀୟ ପର୍ଯ୍ୟାୟରେ ୬୮ ନଂ ଜୋନରେ ଗୁରୁବାର ଦଳୀୟ କର୍ମୀଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ସମାଜସେବୀ ଡ଼ି ବିଶ୍ୱନାଥ, ଯୁବ ବିଜେଡି ବ୍ଳକ ସଭାପତି ମନୋଜ କୁମାର,ଗନ୍ତାୟତ ଦଳାଇ,ଲଡୁ କିଶୋର ବେହେରା ଓ ରୋହିତ କୁମାର ପ୍ରଧାନ, ବାବୁଲା ଭଉଳ ଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ । ଶିକିରି, ରାଳବ ଓ ନନ୍ଦିକ ପଞ୍ଚାୟତରେ କରୋନା ମହାମାରୀ ସଂକ୍ରମଣର ଭୟାବହତା ଏବଂ ସୁରକ୍ଷା କବଚ ଭାବେ ମାସ୍କ ବ୍ୟବହାର କରିବା ପାଇଁ ପଞ୍ଚାୟତ ବାସୀଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ । (ଶୁସାନ୍ତ ପ୍ରଧାନ)