ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ଗଞ୍ଜାମ :- ଗଞ୍ଜାମ ସହରରେ ରହିଥିବା ଆଦିତ୍ୟ ବିର୍ଲା ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ପୂର୍ବାହ୍ନରେ ଷ୍ଟିମ ପାଇପ ଫାଟି କ୍ଲୋରିଂ ଗ୍ୟାସ ପ୍ରଭାବରେ ଜଣେ ଇଂଜିନିୟର ଙ୍କ ସମେତ ଜଣେ ଠିକା ଶ୍ରମିକ ଗୁରୁତର ଆହତ ହୋଇ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିଶ୍ଚିତ ହେଉଛନ୍ତି । ବର୍ତ୍ତମାନ ପୁଇଁତୋଳା ଗ୍ରାମର ଠିକା ଶ୍ରମିକ ମନୋଜ ରାଉଳ ଓରଫ ଶଙ୍କର ଆଇ ସି ୟୁ ରେ ଭର୍ତ୍ତି ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ତାଙ୍କ ଶରୀର ର ସମ୍ପୂର୍ଣ୍ଣ ଅଙ୍ଗ ପୋଡିଯାଇଛି । କମ୍ପାନୀ ରେ ଏହି ଅଘଟଣ ଘଟିବା ପରେ ଶ୍ରମିକ ମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଦେଖିବାକୁ ମିଳିଛି । ଜେ. ସି.ୱବ୍ଲ୍ୟୁ.ୟୁ,ଜେ. ସି.ଇ.ୟୁ ଓ ଗ୍ରାସୀମ ଇଣ୍ଡରଷ୍ଟ୍ରୀଜ ଠିକା ଶ୍ରମିକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଫଳରେ କମ୍ପାନୀ ମଙ୍ଗଳବାର ପୂର୍ବାହ୍ନ ଠାରୁ ବନ୍ଦ ରହି ପ୍ରୋଡକ୍ସନ ଠପ ହୋଇଯାଇଥିଲା । ଅନ୍ୟପଟେ ଠିକାଶ୍ରମିକ ମାନେ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରବଳ ହୋ ହାଲ୍ଲା କରିଥିଲେ । ଯାହାକୁ ନେଇ କମ୍ପାନୀ କାର୍ତ୍ୟୁପକ୍ଷ,ପୋଲିସ ପ୍ରଶାସନ ଓ ଶ୍ରମିକ ନେତା ମାନଙ୍କୁ ନେଇ ଏକ ତ୍ରିସ୍ତରୀୟ ବୈଠକ ବସିଥିଲା । କମ୍ପାନୀ ପକ୍ଷରୁ ୟୁନିଟ ହେଡ ଶଶାଙ୍କ ଶେଖର ପାରିକ,ଏଚ.ଆର ହେଡ କେ.ଜି ଗେନେରୀୱାଲ,ପୋଲିସ
ପ୍ରଶାସନ ପକ୍ଷରୁ ଆଡିସନାଲ ଏସ ପି ଠାକୁର ପ୍ରସାଦ ପାତ୍ର,ଏସ ଡି ପି ଓ ଗୌତମ କିଷାନ,ଥାନା ଅଧିକାରୀ ଦିଲୀପ କୁମାର ସାହୁ,ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ପାତ୍ର, ପୁର୍ବତନ ବିଧାୟକ ନାରାୟଣ ରେଡି, ଶ୍ରମିକ ନେତା ଶଙ୍କର ଦାଶ, ବୃନ୍ଦାବନ ପଲାଇ,ରଞ୍ଜିତ ପ୍ରଧାନ,କୈଳାସ ପଲାଇ,ବଡ଼ବଜାର ଗୌରୀ ଶଙ୍କର ବାରିକି, ଶ୍ୟାମା ରେଡି, ବିଜେଡି ନେତା ସୁଧିର ପାଢ଼ୀ,ଠିକା ଶ୍ରମିକ ସଂଗଠନ ନେତା ଜୟ କୃଷ୍ଣ ବାରିକ ପ୍ରମୁଖ ଙ୍କ ଉପସ୍ଥିତିରେ ଆଲୋଚନାରେ ସମାଧାନ ହୋଇଥିଲା । ଯଦି ଶ୍ରମିକ ଜଣଙ୍କ ବିକଳାଙ୍ଗ କିମ୍ବା ମୃତ୍ୟୁ ହୁଏ ତେବେ ତାଙ୍କ ପରିବାର କୁ କମ୍ପାନୀ ପକ୍ଷରୁ 12 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ,ଶ୍ରମିକ ଙ୍କ ପତ୍ନୀ ଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦିଆଯିବ,ଯଦି ଶ୍ରମିକ ଜଣଙ୍କ ସମ୍ପୂର୍ଣ୍ଣ ଠିକ ହୋଇ ଫେରନ୍ତି ତେବେ ତାଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କାରାଯିବା ନିମନ୍ତେ ଚୁକ୍ତି ହୋଇଥିଲା । ଶେଷରେ ଶ୍ରମିକ ମାନେ କମ୍ପାନୀ କାର୍ଯ୍ୟରେ ଯୋଗ ଦେଇ ଥିଲେ । (ରିପୋର୍ଟ : ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ)