ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ନୟାଗଡ଼ ଜିଲ୍ଲା :- ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ଆହ୍ବାନକ୍ରମେ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡିକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବୀ ପତ୍ର ପ୍ରଦାନ କରାଯାଉଥିବା ଅବସରରେ ଆଜି ନୟାଗଡ଼ ଜିଲ୍ଲା ତରଫରୁ ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ସେଠାରେ ଏକ ପ୍ରତିବାଦ ସଭାରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର କାର୍ଯ୍ୟକରି ମାନେ ଯଥା ଭାରତୀୟ ମଜଦୁର ସଂଘ, ନୟାଗଡ଼ ଜିଲ୍ଲା ସଂପାଦକ ଶ୍ରୀ ଯୁକ୍ତ ସୁକାନ୍ତ କୁମାର ମହାପାତ୍ର ଙ୍କ ନେତୃତ୍ଵରେ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ଯୋଗ ଦେଇ ଥିଲେ ସଂଘର ସଭାପତି ପ୍ରଭାତ କୁମାର ପରିଡା,
ଜିଲ୍ଲା କୋଷାଧ୍ୟକ୍ଷ ରାମ ଚନ୍ଦ୍ର ଭଟ,ମମତା ନାୟକ ସୁଷମା ପ୍ରଧାନ ଓ ଅନ୍ୟ ମାନେ ଯୋଗ ଦେଇଥିଲେ ପ୍ରମୁଖ ଯୋଗଦାନ କରି ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦ୍ ବୋଧନ ଦେଇଥିଲେ ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ ପଡି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ସହାୟତା ରାଶି ଯଥା-ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ ଖାଲି ପଡିଥିବା ପଦବୀଗୁଡିକ ପୂରଣ କରାଯାଉ କାରଣ ଶ୍ରମ ବିଭାଗର ନିଜସ୍ବ କାର୍ଯ୍ୟ ତା’ ସାଙ୍ଗକୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ବତ୍ତର୍ମାନ ପ୍ରବାସୀ ଶ୍ରମିକ ମାନଙ୍କର କାର୍ଯ୍ୟ ଭାର ବଢି ଚାଲିଥିବା କାରଣରୁ ଜିଲ୍ଲା ଶ୍ରମ ଅଧିକାରୀ,ସହକାରୀ ଶ୍ରମଅଧିକାରୀଙ୍କ ସମେତ ଗ୍ରାମୀଣ ଶ୍ରମ ନିରୀକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବା, ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ ପଡି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ସହାୟକ ରାଶି ଯଥା-ସାଇକେଲ, ଯନ୍ତ୍ରପାତି, ସେଫ୍ ଟି,ଇନ୍ ଷ୍ଟୁମେଣ୍ଟ ,ବିବାହ, ମୃତ୍ୟୁକାଳୀନ,ପ୍ରସବକାଳୀନ, ଚିକିତ୍ସା, ଶିକ୍ଷାସହାୟତା,
ଘର ତିଆରି ସମ୍ବନ୍ଧୀୟ ଆବେଦନ ପତ୍ର ଗୁଡିକ ଯଥା ଶୀଘ୍ର ସମାଧାନ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯିବା, ପଞ୍ଜିକରଣ ନିମନ୍ତେ ପଡିରହିଥିବା ଦରଖାସ୍ତ ଗୁଡିକୁ ପଞ୍ଜୀକୃତ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ଯଥା ଶୀଘ୍ର କାର୍ଡ ଯୋଗାଇ ଦିଆଯିବା, କରୋନା ସମୟରେ କରାଯାଇଥିବା ୧୫୦୦ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇନାହିଁ ।ବତ୍ତର୍ମାନ ପରିସ୍ଥିତିରେ ବୟସ ସୀମା ହଟାଯାଇ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯିବା, ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଜିଲ୍ଲା ଶ୍ରମ କଲ୍ୟାଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା,ପୁଞ୍ଜିକୃତ ନିର୍ମାଣ ଶ୍ରମିକର ବୟସ ସୀମା ହଟାଯାଇ ମୃତ୍ୟୁକାଳିନ ସହାୟତା ରାଶି ପ୍ରଦାନ କରାଯିବା, ଜିଲ୍ଲାସ୍ତରେ ନିର୍ମାଣ ଶ୍ରମିକମାନଙ୍କ ଲାଗି ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ ସ୍ବତନ୍ତ୍ର ରେକର୍ଡରୁମ୍ କରାଯିବା ସହିତ ଜଣେ କର୍ମଚାରୀଙ୍କୁ ଦାଇତ୍ୱରେ ରଖାଯିବା,ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼କୁ ରାଜନୀତିଠାରୁ ଦୂରେଇ ରଖାଯିବା,ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କୁ ଯେଉଁ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍ ଦିଆଯାଇଛି
ସେମାନଙ୍କୁ ସେ ସମ୍ବନ୍ଧୀୟ ତାଲିମ୍ ପ୍ରମାଣ ପତ୍ର ସହିତ ୧୫ ଦିନର ପ୍ରାପ୍ୟ ୩୦୦୦ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଶ୍ରମ ବିଭାଗ ମନ୍ତ୍ରୀ ,ଅଧ୍ୟକ୍ଷ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଭୁବନେଶ୍ବର ପ୍ରମୁଖ ଶାସନ ସଚିବ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଶ୍ରମ କମିଶନର ତଥା ସଚିବ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଶ୍ରମ କମିଶନର ତଥା ସଚିବ,ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼,ଭୁବନେଶ୍ବର ଉଦ୍ଦେଶ୍ୟରେ ୧୦ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା ( ରିପୋର୍ଟ – ରାମ କୃଷ୍ନ ରଥ )