ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ଯାଜପୁର(ବରୀ) :- ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜେଡିର ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଯାଜପୁର ଜିଲ୍ଲା ବରୀ ବିଜୁ ଜନତା ଦଳ ପକ୍ଷରୁ ରସୁଲପୁର ବ୍ଲକ ପ୍ରଥମାଖଣ୍ଡ ପଂଚାୟତରୁ ଜନସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ବରୀ ବିଧାୟିକା ସୁନନ୍ଦା ଦାସ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।ପରେ ରାଜେନ୍ଦ୍ରପୁର, ଅତଲାପୁର, ଅର୍ଥଙ୍ଗା, ମଙ୍ଗରରାଜପୁର, ସାମନ୍ତରାପୁର ଆଦି ପଞ୍ଚାୟତରେ ଜନ ସଚେତନ କାର୍ଯ୍ୟକ୍ରମ ହୋଇଥିଲା । ବିଧାୟିକାଙ୍କ ସହ ଦଳୀୟ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ଏଥିସହ ଲୋକମାନଙ୍କୁ ମାସ୍କ ବଂଟନ କରିବା ସହ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ସଂପର୍କରେ ସଚେତନ କରାଇଥିଲେ ।
ଏହି ଅବସରରେ ପଂଚାୟତର ଚକଗୋପାଳପୁର ଗାଁ ପାଲା ମଣ୍ଡପରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ଏହି ପଥପ୍ରାନ୍ତ ନାଟକରେ ନିଜେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଅଭିନୟ ମାଧ୍ୟମ ରେ ଜନସଚେତନ କରାଇବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ବରୀ ବିଜୁ ଜନତା ଦଳର ମାର୍ଗଦର୍ଶକ ଶ୍ରୀ ଦେବେନ୍ଦ୍ର ଦାସ ଓ ୨୧ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଅଶୋକ ସାମଲ ଓ ବରୀ ବ୍ଲକ ଛାତ୍ର ସଭାପତି ଶ୍ରୀ ସଦିଚ୍ଛା ପ୍ରସାଦ ସାମଲ ପ୍ରମୁଖ ଯୋଗଦେଇଥିଲେ ।