ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ଢେଙ୍କାନାଳ :- ଜିଲ୍ଲାରେ ୭୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୩୦ ଏବଂ ଆଜି ଆଉ ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୩ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୧୪ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଢେଙ୍କାନାଳ ପୌରାଞ୍ଚଳର ୪୭ ଜଣଙ୍କ ମଧ୍ୟରୁ ମୀନା ବଜାରରୁ ୮,LIC Officeରୁ ୫,କୁଞ୍ଜକାନ୍ତ, ହାଉସିଂ ବୋର୍ଡ କଲୋନୀ, ଶ୍ୟାମାଚରଣପୁର , ଦୁର୍ଗା ବଜାର ଓ PWD Colonyରୁ ୪ ଲେଖାଏଁ , ରେଙ୍ଗାଳି କଲୋନୀ ଓ କାଠଗଡ଼ାରୁ ୨ ଲେଖାଏଁ ଏବଂ ମୀନା ବଜାର, ଜବାହରଚୌକ, ଷ୍ଟେସନ ବଜାର, ଗୁଡିଆନାଳି ,ମହିଷାପାଟ, ଗଣେଶ ବଜାର,କାଲଟାକ୍ସ୍, ରାମେଶ୍ବର ପୁର, ଦକ୍ଷିଣକାଳୀ ଓ ଦେଉଳସାହିରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ସେହିପରି ଭୁବନ ଏନ୍ ଏ ସି ରୁ ୬, ବ୍ଲକର ବାଲିବୋ ଓ ଜିରାଳରୁ ଜଣେ ଲେଖାଏଁ,ପରଜଙ୍ଗ ବ୍ଲକର ୫ ଜଣଙ୍କ ମଧ୍ୟରୁ କୁଆଳୋରୁ ୨,ପତରପଡା,ଦମାଳ ଓ ସରାଙ୍ଗରୁ ଜଣେ ଲେଖାଏଁ,ସଦର ବ୍ଲକର ତାଳବରକୋଟ, ଗୋବିନ୍ଦପୁର ଓ ବଣିସିଙ୍ଗରୁ ଜଣେ ଲେଖାଏଁ, ଗନ୍ଦିଆ ବ୍ଲକର କାବେରା ଓ ପିଙ୍ଗୁଆରୁ ଜଣେ ଲେଖାଏଁ, ହିନ୍ଦୋଳ ବ୍ଲକର ୪ ଜଣଙ୍କ ମଧ୍ୟରୁ ରାସୋଳରୁ ୨,ମହାଲୁଣ୍ଡା ଓ କଙ୍କାଳୁରୁ ଜଣେ ଲେଖାଏଁ ଏବଂ ଓଡ଼ାପଡ଼ା ବ୍ଲକର ପସାସିଂହ୍ ଓ ହିନ୍ଦୋଳ ରୋଡରୁ ଜଣେ ଲେଖାଏଁ ଚିହ୍ନଟ ଥିବାବେଳେ କାମାକ୍ଷାନଗର ବ୍ଲକର କନ୍ତିଓପୁଟସାହି ଓ ସାରୁଳେଇରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୬୧ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୨୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୬୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୬୬ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )