ଓଡ଼ିଶା ତାଜା ନ୍ୟୁଜ (୮ ଅକ୍ଟୋବର ଗୁରୁବାର) ହିଞ୍ଜିଳିକାଟୁ :- ରାଜ୍ୟର କିଛି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟାନ ଜିଲ୍ଲାରେ କରୋନା ସ୍ଥିତି ବର୍ତମାନ ଦୁଦ୍ଧା ସଙ୍ଗୀନ ପରିସ୍ଥିତି ରହିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହାର ନିୟନ୍ତ୍ରଣ ସ୍ଥିତିରେ ରହିଥିଲେ ମଧ୍ୟ ସମ୍ପୁର୍ଣ୍ଣ ବିପଦମୁକ୍ତ ହୋଇପାରନି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ବହୁ ସଚେତନତା ଅଭିଯାନ ଆରମ୍ଭ କରାଯାଉଥିଲେ ମଧ୍ୟ ଏଥିପ୍ରତି ଉଲଂଘନ କାରୀଙ୍କ ମଧ୍ୟରେ ତିଳେ ହେଲେ ଖାତିର ନଥିବା ଭଳି ପ୍ରଶାସନର ହୃଦବୋଧ ହେଉଛି । କୋଭିଡ଼ ସଚେତନତା ଗୋଟିଏ ବାଟରେ ହେଉଥିବା ବେଳେ ଉଲଘଂନକାରୀ ମାନେ ବେଫିକର ଭାବେ କୋଭିଡ଼ କଟକଣାକୁ ହେୟଜ୍ଞାନ କରି ବୁଲୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଗାଡ଼ି ମୋଟରରେ ଯାତ୍ରା କରୁଥିବା ବେଳେ ମଧ୍ୟ ଯାତ୍ରୀ ମାନେ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବୁଧବାର
ତହସିଲଦାର ଜନ୍ମେଜୟ ସାହୁଙ୍କ ତତ୍ୱାବଧାନରେ ରାଜସ୍ୱ କର୍ମଚାରୀଙ୍କୁ ନେଇ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଉକ୍ତ ଟିମ୍ ସହରର ଦୁଇ ପ୍ରାନ୍ତରରେ ଯାତ୍ରୀବାହୀ ଗାଡ଼ି ଗୁଡ଼ିକରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମାସ୍କ ବ୍ୟବହାର କରିବା ସକାଶେ ପରାମର୍ଶ ଦେଉଛନ୍ତି । ବିନା ମାସ୍କରେ ଯାତ୍ରୀଙ୍କୁ ଗାଡ଼ିରେ ନେଲେ ଗାଡ଼ି ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ବୁଧବାର ସ୍ଥାନୀୟ ରାଜସ୍ୱ କର୍ମଚାରୀଙ୍କ କଡ଼ାକଡ଼ି ଯାଂଚ ପରେ ବହୁ ଗାଡ଼ି ମାଲିକ ଭୟରେ ଗାଡ଼ି ଗୁଡ଼ିକରେ ବହୁଳ ପରିମାଣରେ ମାସ୍କ ମହଜୁଦ ରଖିବା ସହ ବିନା ମାସ୍କରେ ଯାତ୍ରା କରୁଥିବା ଯାତ୍ରୀଭ୍କୁ ମାସ୍କ ପ୍ରଦାନ କରୁଥିବାର ଦେଖିବାକୁ ମିଳିଥିଲା । ଯାଂଚ କାର୍ଯ୍ୟକ୍ରମରେ ରାଜସ୍ୱ ନିରୀକ୍ଷକ ଅରବିନ୍ଦ ଦାସ, ସୁଧାଂଶୁ ଶେଖର ପାଣିଗ୍ରାହୀ, ମଞ୍ଜୁଲତା ବେହେରା, ନିରଞ୍ଜନ ସାହୁ, ନିଳମଣି ମହାନ୍ତିଙ୍କ ସମେତ ରାଜସ୍ୱ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । (ଋିପୋର୍ଟ- ଶୁସାନ୍ତ ପ୍ରଧାନ)