- ବିଜେପି କର୍ମୀ କୁହନ୍ତି ଦଳପାଇଁ ଆମେ ଜେଲଯାଇଚୁ କିନ୍ତୁ ରାଜ୍ୟ କାର୍ଯ୍ୟଳୟ କୁ ଗଲେ ସେମିତି ସନମାନ ମିଳୁନାହିଁ ।
ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ତିର୍ତୋଲ :- ଜଗତସିଂହପୁର ଜିଲ୍ଲା ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେପି ଦଳପକ୍ଷରୁ କାୟାଳୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବ ହୋଇଥିବା ବେଳେ ବିଜେପି କର୍ମୀଙ୍କୁ ବିଜେପି ଦଳପକ୍ଷରୁ ବିଗତ ଦିନରେ ଅଣଦେଖା କରିବା ଓ ନବନିଯୁକ୍ତି ଜିଲ୍ଲା ପ୍ରଭାରୀ କୁ ଘୋର ବିରୋଧ କରି ବିଜେପି କର୍ମୀ ମାନେ ଅଶ୍ଲିସ ଭାଷା ପ୍ରୟୋଗ କରି ଗଣ୍ଡଗୋଳ ହୋଇଯାଇଥିଲା । ଯାହାଫଳରେ ଉଦଘାଟନୀ ଉତ୍ସବ ଅଟକି ଯାଇଥିଲି ତିର୍ତୋଲ ବିଧାନସଭା କ୍ଷତ୍ରରେ କିଛି ।
ବିଜେପି କର୍ମୀ କୁହନ୍ତି ଦଳପାଇଁ ଆମେ ଜେଲଯାଇଚୁ କିନ୍ତୁ ରାଜ୍ୟ କାର୍ଯ୍ୟଳୟ କୁ ଗଲେ ସେମିତି ସନମାନ ମିଳୁନାହିଁ । ସେହିପରି ଗତକାଲି ବିଜେପିର ପୂର୍ବତନ ପ୍ରାଥୀ ରମାକାନ୍ତ ଭୋଇଙ୍କର ଇସ୍ତଫା କୁ ନେଇ ମଧ୍ୟ ଅସନ୍ତୋଷ ନିଆଁ କର୍ମୀ ଙ୍କ ମହଲରେ ଦେଖାଯାଇଥିଲା । ବିଜେପି ର ଏଭଳି କାର୍ଯ୍ୟ କୁ ସାଧାରଣରେ ନାପସନ୍ଦ କରିଛନ୍ତି । ଏପରିକି ବିଜପିର ଘରେ ନପଶୁଣୁ ଚାଳବାଜିଲାଣି ବୋଲି ସାଧାରଣରେ ଆଲୋଚନା ଜୋରଧରିଛି ।
ପରେ ବୁଝାସୁଝା ହେବାପରେ ଦଳୀୟ କାର୍ଯ୍ୟଳୟ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରାଜ୍ୟ ବିଜେପି ଉପସଭାପତି ଭୃଗୁବାକ୍ସ ପାତ୍ର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର. ଦିଲ୍ଲୀପ ମଲ୍ଲିକ. ପ୍ରକାଶ ବେହେରା. ସାରଦା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ( ଋିପୋର୍ଟ- ଜଗତସିଂହପୁର ଜିଲ୍ଲା /ଭାସ୍କର ପଟ୍ଟନାୟକ)