ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ହିଞ୍ଜିଳିକାଟୁ :- କେନ୍ଦ୍ର ସରକାରଙ୍କ କୃଷି ବିଲ୍କୁ ବିରୋଧ କରି ହିଞ୍ଜିଳି ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବୁଧବାର ବିକ୍ଷୋଭ ପଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ହିଞ୍ଜିଳି ବିଧାନସଭା କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ କୃଷକ ଓ କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ପ୍ରତିବାଦରେ ସ୍ଳେଗାନ ଦେବା ସହ ହାତରେ ପ୍ଳକାର୍ଡ଼ ଧରି ସ୍ଥାନୀୟ ଆରଏମସି ଛକ ଠାରୁ ଏକ ଶେଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । କୃଷକ ବିରୋଧୀ ଚାଷୀ ଉତ୍ପାଦନ, ବାଣିଜ୍ୟ କାରବାର ଆଇନ ପ୍ରତ୍ୟାହାର କରିବା, କୃଷକ ଦର ପ୍ରତିଶୃତି
ରାଜିନାମା ଓ କୃଷି ସେବା ଆଇନକୁ ବନ୍ଦ କରିବା ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବା ସହ ବିକ୍ଷୋଭ ପଦର୍ଶନ କରିଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ପ୍ରଦାନ କରିଥିଲେ । ବ୍ଳକ କଂଗ୍ରେସ କମିଟି ସଭାପତି ସୁନାରାମ ସାବତ, ପୌରାୁଂଳ ଯୁବ କଂଗ୍ରେସ ସଭାପତି କହ୍ନେୟାଲାଲ ସାବତ, ବିଧାନସଭା ନିର୍ବାଚନ ମଣ୍ଡ଼ଳୀ ସଭାପତି କୁନା ବିଷୋୟୀ, ଯୁବ ନେତା ମନୋଜ ଗୌଡ଼, ଛାତ୍ର ନେତା ଚନ୍ଦନ ପାଢି, ଅନିଲ ପଣ୍ଡା, ଶ୍ରୀକାନ୍ତ ପରିଡ଼ା, ଲିଟୁ ସାହୁ, ସୁଶାନ୍ତ ବିଷୋୟୀ, ଶିଶିର ସାହୁ, ଆଶିଷ ନାୟକ, ପଙ୍କଜ ଲୋଚନ ପାଢି, କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ସମେତ ଶତାଧିକ କୃଷକ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । (ଋିପୋର୍ଟ- ଶୁସାନ୍ତ ପ୍ରଧାନ)