
ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :- ନୟାଗଡ଼ ସହରସ୍ଥିତ ପିଡବ୍ଲ୍ୟୁଡି ବଙ୍ଗଳା ଠାରୁ ଗତକାଲି ରାତିରେ ନୟାଗଡ଼ ପୋଲିସ ଏକ ସାଣ୍ଟ୍ରୋ କାରରୁ ୪୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଧରିଥିବା ଜଣାଯାଇଛି । ନୟାଗଡ଼ ଟାଉନଥାନା ପକ୍ଷରୁ ଏସ୍ଆଇ ସ୍ମୃତିରଂଜନ ମହାନ୍ତିଙ୍କ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଏକ ସାଣ୍ଟ୍ରୋକାର ବେପରୁଆ ଭାବେ ଦଶପଲ୍ଲା ପଟୁ ଆସୁଥିବାରୁ ଏସ.ଆଇ ମହାନ୍ତି ଥାନାକୁ ଖବର ଦେଇଥିଲେ ।

ଙ୍ଗଳାରେ ଏହି କାରକୁ ଧରିବାକୁ ଟାଉନଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ଡାକବଙ୍ଗଳା ଠାରେ ତାଙ୍କ ଟିମ୍ ସହ ପ୍ରସ୍ତୁତ ହୋଇ ରହିଥିଲେ । ସେ କାର ଅଟକାଇବା ବେଳକୁ ଗାଡ଼ି ଚାଲୁଥିବା ଅବସ୍ଥାରେ ତିନିଜଣ ବ୍ୟକ୍ତି କାରରୁ ବାହାରି ଦୈାଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଫଳରେ ପଛରୁ ପିଛା କରୁଥିବା ଏସ୍ଆଇ ସ୍ମୃତିରଂଜନ ମହାନ୍ତିଙ୍କ ଟିମ୍ ଗଞ୍ଜେଇ ଚାଲାଣକାରୀ ମାନଙ୍କୁ କାବୁ କରି ନେଇଥିଲେ । ଏହି ୩ଜଣ ବ୍ୟକ୍ତି କନ୍ଧମାଳ ଜିଲ୍ଲାର ଏବଂ ସେମାନେ କନ୍ଧମାଳରୁ ଭୂବନେଶ୍ୱର ଗଞ୍ଜେଇ ଚାଲାଣ କରୁଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି । (ରିପୋର୍ଟ ରାମକୃଷ୍ଣ ରଥ)













