ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଭୁବନେଶ୍ୱର ଉପକଣ୍ଠ ଜାମୁଝରୀଠାରେ ଥିବା ରାଜ୍ୟର ଏକମାତ୍ର ମୁକ୍ତାକାଶ କାରାଗାର ‘ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାର’ରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି । କାରାଗାରର ଦାୟିତ୍ୱରେ ଥିବା ଜେଲର ଓ ଜମାଦାରଙ୍କ ସମ୍ପୃକ୍ତିରେ ସରକାରୀ ଅର୍ଥ ଲୁଟ୍ ହେଉଥିବା ନେଇ ଅଭିଯୋଗ ଉଠିଛି । କାରାଗାରରେ ଥିବା ଅନ୍ତେବାସୀଙ୍କ ଖାଦ୍ୟ ପାଇଁ ଆବଶ୍ୟକ ଗ୍ରୋସରୀ ସାମଗ୍ରୀ କିଣା ନାମରେ ଏଠାରେ ବଡ଼ ଧରଣର ଜାଲିଆତି ଚାଲିଥିବା କୁହାଯାଉଛି । ଜେଲର ଦାୟିତ୍ୱରେ ଥିବା ଜମାଦାର ଟି. ପାଲ୍ ଜେଲ୍ରେ ରହିବା ପରିବର୍ତ୍ତେ ପ୍ରାୟ ୧ କିଲୋମିଟର ଦୂର ମେଣ୍ଢାଶାଳ ବଜାରରେ ଏକ ଗ୍ରୋସରୀ ଦୋକାନ ଖୋଲିଥିବା ଅଭିଯୋଗ ହୋଇଛି । ଜେଲ୍ ପାଇଁ ଆବଶ୍ୟକ ଗ୍ରୋସରୀ ସାମଗ୍ରୀ ଏହି ଦୋକାନରୁ କିଣାଯାଉଥିବା ବେଳେ ଅନ୍ୟ ସ୍ଥାନର ବିଲ୍ ଦେଇ ଗୃହ ବିଭାଗକୁ ଚୂନ ଲଗାଯାଉଥିବା ଅଭିଯୋଗ ଆସିଛି ।
















