ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ଦିଗପହଣ୍ଡି :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଡେଙ୍ଗାଓସ୍ତା ଜନଗହଳି ପୂର୍ଣ୍ଣ ରାସ୍ତା ପାର୍ଶ୍ବରେ ବେଆଇନ ଲୁଚାଛପା ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ପୋଲିସ ଦୁଇଟି ଦୋକାନ ଗୃହ ଉପରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଦ୍ବୟ ହେଲେ ଡେଙ୍ଗାଓସ୍ତା ଗ୍ରାମର ସୁରେନ୍ଦ୍ର ପ୍ରଧାନ (୩୩) ଓ ତବତୀ ପାତ୍ର (୩୩) ବୋଲି ଜଣାପଡିଛି । ଖବରପ୍ରକାରେ , ଦିଗପହଣ୍ଡି ଥାନା ଅଧୀନସ୍ଥ ଡେଙ୍ଗାଓସ୍ତା ଗ୍ରାମ ଜନସାଧାରଣଙ୍କ ବ୍ଯବସାୟ କେନ୍ଦ୍ର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ପ୍ରତ୍ୟେକ ଦିନ ଶହଶହ ଲୋକ ଏଠାକୁ ବାଣିଜ୍ୟ କାରବାର ନିମନ୍ତେ ଏଠାକୁ ଆସିଥାନ୍ତି ।
କିନ୍ତୁ ଏଭଳି ଜନଗହଳି ସ୍ଥାନ ମାନଙ୍କରେ ମଦବେପାରୀ ମାନେ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରୀ କରିବା ସହ ଦୋକାନ ଗୃହ ଭିତରେ ମଦବେପାର କରି ପ୍ରଚୁର ଅର୍ଥ ରୋଜଗାର କରିଥାନ୍ତି । ମଙ୍ଗଳବାର ସନ୍ଧ୍ୟା ସାଢ଼େ ୭ ଘଣ୍ଟା ସମୟରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ପେଟ୍ରୋଲି କରୁଥିବା ସମୟରେ ତବତୀ ପାତ୍ରଙ୍କ ଫାଷ୍ଟଫୁଡ ଓ ସୁରେନ୍ଦ୍ର ପ୍ରଧାନଙ୍କ ଦୋକାନ ଗୃହ ଉପରେ ଅତର୍କିତ ଚଢ଼ାଉ କରି ଉଭୟ ଦୋକାନରୁ ବିଭିନ୍ନ ରକମର ବିଦେଶୀ ମଦ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏନେଇ ଦିଗପହଣ୍ଡି ଥାନା ପୃଥକ ମାମଲା ନଂ ୨୨୩ /୨୨୪-୨୦ ଅନୁସାରେ ମାମଲା ରୁଜୁ କରି ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଥିବା ଜଣାପଡିଛି । (ରିପୋର୍ଟ -ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )