ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ବ୍ରହ୍ମପୁର :- ବ୍ରହ୍ମପୁର ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦ୍ଵାରା ଜାରୀ ନିର୍ଦ୍ଦେଶନାମା ପତ୍ର ସଂଖ୍ୟା – ୨୮୧୮୭ /ତା -୨୪/୦୯/୨୦୨୦ ପ୍ରକାରେ ସରକାର ଓ ଏ ଏସ ସ୍ତରରେ ସାଧାରଣ ଅଦଳବଦଳ କରିଥିବା ଅବସରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡରେ ଦୁଇ ତହସିଲଦାରଙ୍କ ସ୍ଥାନରେ ପରିବର୍ତ୍ତନ କରିଛନ୍ତି ।
ଏହି କ୍ରମରେ ପାତ୍ରପୁର ତହସିଲଦାର ଡ ଶ୍ରୀନିବାସ ବେହେରାଙ୍କୁ ସାନଖେମୁଣ୍ଡି ବଦଳି କରିଥିବା ବେଳେ ସାନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ କୁମାର ନାୟକଙ୍କୁ ପାତ୍ରପୁର ବଦଳି କରାଯାଇଅଛି । ଏହି ନିର୍ଦ୍ଧେଶନାମା ପ୍ରକାରେ ଗଞ୍ଜାମ ଜିଲ୍ଲାପାଳଙ୍କ ଆଦେଶମତେ ଉଭୟ ଗତ ମାସ ଶେଷ ଦିବସରେ ଉଭୟ ସ୍ଥାନରୁ ରିଲିଭ ହୋଇଥିବା ବେଳେ ଆଜି ବୁଧବାର ସରକାରୀ କାର୍ଯ୍ୟ ଦିବସ ପ୍ରଥମାର୍ଦ୍ଧରେ ଡ ଶ୍ରୀନିବାସ ବେହେରା ସାନଖେମୁଣ୍ଡି ତହସିଲଦାର ଭାବେ ଯୋଗଦେଇ ତହସିଲ ଦାୟିତ୍ଵ ଗ୍ରହଣ କରିଛନ୍ତି ।
ଏହି ଅବସରରେ ତହସିଲ କର୍ମଚାରୀଙ୍କ ସୌଜନ୍ୟରୁ ପ୍ରାକ୍ତନ ତହସିଲଦାର ଶ୍ରୀ ନାୟକ ଏବଂ ନୂତନ ତହସିଲଦାର ଡ, ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହକାରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି । ସାନଖେମୁଣ୍ଡି ତହସିଲଦାର ଭାବରେ ବିଭାଗୀୟ ସେବା ପ୍ରଦାନକୁ ଗୁରୁତ୍ୱାରୋପ କରି ନିଜ କର୍ତ୍ତବ୍ୟ ନିଷ୍ଟତା ବଜାୟ ରଖିବା ସହ ସାଧାରଣରେ ସେବା ପ୍ରଦାନକୁ ପ୍ରାଥମିକତା ଦେଉଛନ୍ତି । ତହସିଲ କର୍ମଚାରୀଙ୍କ ସହଯୋଗ ଭାବ ଉଦ୍ରେକରେ ସାନଖେମୁଣ୍ଡି ତହସିଲକୁ ଅଭିଯୋଗ ବିହୀନ ତହସିଲ ଭାବରେ ଗଢି ତୋଳିବାକୁ କର୍ମଚାରୀଙ୍କ ସହ ବୁଦ୍ଧିଜୀବି ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତିି । (ରିପୋର୍ଟ: ଶେଷଦେବ ସାହୁ/ ଗଞ୍ଜାମ ଜିଲ୍ଲା ବ୍ୟୁରୋ)