ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :- ରାଜଭବନର ପେଟ୍ରୋଲ ପମ୍ପ ବିସ୍ପୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ । ଆଜି ମଧ୍ୟାହ୍ନ ସମୟରେ ଗଭର୍ଣ୍ଣର ହାଉସ ପାଖ ଇଣ୍ଡିଆନ ପେଟ୍ରୋଲ ପମ୍ପରେ ଲାଗିଛି ନିଆଁ । ଟାଙ୍କିରେ ହଠାତ ନିଆଁ ଲାଗିଯିବାରୁ ବିସ୍ଫୋରଣ ହୋଇଥିବା ନେଇ ମିଳିଛି ସୂଚନା । ବିସ୍ଫୋରଣ ମାତ୍ରା ଅତେ ତୀବ୍ର ଥିଲା ଯେ, ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ ଟାଙ୍କି ଖାଲି କରାଯିବା ପ୍ରାଥମିକତା । ନିଆଁ ଲାଗିଥିବା ଟାଙ୍କିରେ ଆଉ କିଛି ଗ୍ୟାସ ରହିଯାଇଥିବା ଆଶଙ୍କା ରହିଛି ।
ଅଗ୍ନିଶମ ବିଭାଗ ଏହାର ଯାଂଚ କରୁଥିବା ବେଳେ ଅନ୍ୟ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ଖାଲି କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟ ବିସ୍ପୋରଣ ଏଡାଇବାକୁ ଅନ୍ୟ ଟାଙ୍କିରୁ ତେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ପୋଲିସ କମିଶନର । ଅନ୍ୟପଟେ ସନ୍ଧ୍ୟା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦେଲା ପ୍ରଶାସନ । ରାଜଭବନର ୨ କିମି ପର୍ୟ୍ୟନ୍ତ ଲୋକଙ୍କ ପାଇଁ ଜରୁରୀ ସୂଚନା ଦେଇଛି ପ୍ରଶାସନ । ପାଖାପାଖି ଦିନ ୧ଟା ବେଳେ ପେଟ୍ରୋଲ ପମ୍ପରେ ଭୟାଭୟ ଅଗ୍ନିକାଣ୍ଡ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ କମିଶନର ଉପସ୍ଥିତ ଅଛନ୍ତି । ସେହିପରୀ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖ ଅଂଚଳକୁ ପ୍ରଶାସନ ସିଲ କରିଥିବା ବେଳେ ଏଜି ଛକଠାରୁ ରାଜଭବନ ଛକ ଓ ରାଜଭବନ ଛକ ଠାରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ ଛକ ଠାରୁ ରାଜଭବନ ଛକ ପର୍ୟ୍ୟନ୍ତ ରାସ୍ତାକୁ ସିଲ କରାଯାଇଛି ।