ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ଢେଙ୍କାନାଳ :- ଆଜି ଜିଲ୍ଲାରେ ୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୨ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୫ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଭୁବନ ବ୍ଲକର ୧୮ ଜଣଙ୍କ ମଧ୍ୟରୁ ପଳାଶ ପିଠରୁ ୬,ବାସୁଦେଇପୁର ଓ ବାଲାପଡାରୁ ୨ ଲେଖାଏଁ,ଗୋବାଗଡ,ଦୟାଁବିଲି,ମୁରୁଗା,ପଟାପୁର, ମଠକରଗୋଳା,ଭୁଷଳ,ମଠ ନୂଆଗାଁ ଓ ଏକତାଳିରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକର ୧୭ ଜଣଙ୍କ ମଧ୍ୟରୁ ଖଣ୍ଡବନ୍ଧରୁ ୭,ଘୋଡାଡିଆଁ ଓ ସଦାଶିବ ପୁରରୁ ୨ ଲେଖାଏଁ, ସାରିଆପଦା,ସାନରାଣୀ ବଣିଆ,ଶିବପୁର,ଗଦାଶିଳା,ଘଟିବିରି ଓ ଓଡ଼ାପଡ଼ାରୁ ଜଣେ ଲେଖାଏଁ, ଗନ୍ଦିଆ ବ୍ଲକର ୧୨ ଜଣଙ୍କ ମଧ୍ୟରୁ ନିହଲ ପ୍ରସାଦରୁ ୫,ମଠ ତେନ୍ତୁଳିଆ ଓ ଯୋରନ୍ଦାରୁ ୨ ଲେଖାଏଁ , ଅଣ୍ଣପୁର,ଦଧିସିଙ୍ଗା ଓ କାବେରାରୁ ଜଣେ ଲେଖାଏଁ, ସଦର ବ୍ଲକର ୭ ଜଣଙ୍କ ମଧ୍ୟରୁ ଖମାରରୁ ୨, ତରଭା, ନୂଆଗାଁ,ନାଗିଆପସି,ଡେରାସିଂହ୍ ଓ ଗଞ୍ଜେଇଡିରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ପୌରାଞ୍ଚଳର ୫ ଜଣଙ୍କ ମଧ୍ୟରୁ ଦକ୍ଷିଣକାଳୀରୁ ୨, ଭାଗିରଥି ବିହାର,ଖମାର ସାହି ଓ ଏଲ୍ ଆଇ ସି ରୁ ଜଣେ ଲେଖାଏଁ,ପରଜଙ୍ଗ ବ୍ଲକର ବ୍ରାହ୍ମଣ ଗାଡିଆ,କଟାବାହାଳ ଓ ଦମାଳରୁ ଜଣେ ଲେଖାଏଁ, ହିନ୍ଦୋଳ ବ୍ଲକ ରାସୋଳରୁ ୨ ଏବଂ କାମାକ୍ଷାନଗର ବ୍ଲକର ବଡ଼ ସୁଆଁଳ,କନ୍ତିଓ ପୁଟସାହି ଓ ଯୋଗିଡିହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଏନ୍ ଏ ସି ରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାରେ ଆଜି ଆଉ ୪୮ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୧୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୫୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୫୫ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )