ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ନୟାଗଡ :- ନୟାଗଡ ବନ ବିଭାଗ ଟେରିଟୋରି ଏବଂ ବନ୍ୟପ୍ରାଣୀ ବିଭାଗର ମିଳିତ ଆନୁକୂଲ୍ୟରେ ୬୬ ତମ ବନ୍ୟପ୍ରାଣୀ ସପ୍ତାହ କୋଭିଡ ଆଇନ ଅନୁଯାୟୀ ଶାନ୍ତି ଶଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି|ଏହିଉପଲକ୍ଷ ସମସ୍ତେ ପ୍ଳାଜ଼ମା ଦାନ କରିବା ସହ ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ସମସ୍ତଙ୍କୁ ଜିଲ୍ଲାପାଳ ଡ.ପୋମା ଟୁଡୁ ଆହ୍ୱାନ ଦେଇଥିଲେ|ଏହି ଅବସରରେ ୮ କିମି ବ୍ୟାପି ଏକ ସାଇକେଲ ସଚେତନତା ରାଲିକୁ ଜିଲ୍ଲାପାଳ ଡ. ଟୁଡୁ ପତାକା ହଲାଇ ଉଦଘାଟନ କରିଥିଲେ|ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଚେତନ କରାଇଥିଲେ |
ଏସିଫଓ ଅରବିନ୍ଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟେରିଟୋରି ଡିଫଓ ଧନରାଜ ହନୁମନ୍ତଜୀ ଧନ ନ୍ଧିରେ, ଡିଫଓ ବନ୍ୟପ୍ରାଣୀ ହର୍ଷବର୍ଦ୍ଧନ ଉଦ୍ଗାତା ବ୍ୟକ୍ତିଗତ ଭାବେ ଉପ ସ୍ଥିତ ରହି ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ସମାପନ କରଥିଲେ|ଏହି ଅବସରରେ ଫ୍ରେଣ୍ଡ ହେଲ୍ପ ଗ୍ରୁପର ଜ୍ଞାନ ରଞ୍ଜନ ପଣ୍ଡାଙ୍କୁ ଘର ଚଟିଆ ସରଙ୍ଖ୍ୟାଣ ଏବଂ ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ଡ. ଟୁଡୁ ପାଞ୍ଚ ହଜାର ଟଙ୍କାର ଆର୍ଥିକ ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ|
ଉକ୍ତ ସଚେତନତା ରାଲିରେ ବହୁ ସ୍ବେଛାସେବୀ,ସାମ୍ବାଦିକ ଅନିଲ ପଣ୍ଡାଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି, ଅତିରକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପୀ.ଡି଼.ଡି.ଆର.ଡି.ଏ, ସୁବାସ ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ,ଏସ.ପି ପ୍ରତ୍ୟୁଷ କୁମାର ଦିବାକରଙ୍କ, ଡି.ଆଇ.ପି ଆର.ଓ ଡ ପ୍ରମୋଦ କୁମାର ନାୟକ, ଏ.ସି.ଫ.ଓ ଶ୍ଵେତାଲୀନା ସାହୁ ସମେତ ପ୍ରାୟ ଏକ ସହ ଯୁବ ଛାତ୍ର ଯୋଗ ଦେଇଥିଲେ|ଏହି କାର୍ଯ୍ୟକ୍ରମରେ ଉଭୟ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇନେଇ ଥିଲେ|ତେବେ ନୟାଗଡ ଜଙ୍ଗଲ ବିଭାଗର ଏଭଳି ସଚେତନତା ଧର୍ମୀ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରାଯାଇଛି| (ରିପୋର୍ଟ – ରାମକୃଷ୍ଣ ରଥ )