ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ବିଧାନସଭା ତା 7.1.2020 :- ଆଜି ବିଧାନସଭାର ଏଷ୍ଟିମେଟ କମିଟିଙ୍କର ପଞ୍ଚମ ବୈଠକ ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟିତିରାଜ ଓ ପାନୀୟଜଳ ବିଭାଗର କାର୍ଯ୍ୟାବଳୀ ସଂ ପର୍କରେ ଆଲୋଚନା ହୋଇଥିଲା ।
ରାଜ୍ୟରେ ସମ୍ପୁର୍ଣ୍ଣ ହୋଇଥିବା ଏବଂ ଅସପୁର୍ଣ୍ଣ ଥିବା ବୃହତ୍ ପାନୀୟଜଳ ପ୍ରକଳ୍ପ ଓ ଏ ସ ̧ର୍କିତ ଖର୍ଚ୍ଚ ଅଟକଳ ସ ̧ର୍କରେ ସମୀକ୍ଷା ହୋଇଥିଲା । ଏହାଛଡ଼ା ଗ୍ରାମ୍ୟ ଜଳଯୋଗାଣ ଯୋଜନା ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ଏହି ଯୋଜନାରେ
ଅଦ୍ୟାବଧି ଅନ୍ତର୍ଭୁକ୍ତ ହୋଇଥିବା ଗ୍ରାମ ଓ ଜନସଂଖ୍ୟା, ଆସନ୍ତା ଆର୍ଥିକବର୍ଷ ନିମନ୍ତେ କାର୍ଯ୍ୟଖସଡ଼ା, ସ୍ୱଜଳଧାରା ଯୋଜନାର ଅଗ୍ରଗତି, ନଳକୂପ ଖନନର ଅଗ୍ରଗତି ଓ ଜିଲ୍ଲାଓ୍ୱାରୀ ସ୍ଥିତି ଆଦି ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ କମିଟିର ସଭ୍ୟ, ପଞ୍ଚାୟିତିରାଜ ଓ ପାନୀୟଜଳ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତ ପଥୀ ପ୍ରମୁଖ ଉପସ୍ଥିତ ଥିଲେ ।