
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ତଥା ନିର୍ବାଚନ ଅଧିକାରୀଙ୍କ ତରଫରୁ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପ୍ରବନ୍ଧ ଏଵଂ କୁଇଜ ପ୍ରତିଯୋଗିତା ନୟାଗଡ ମୁନିସିପାଲିଟିର ପ୍ରତ୍ୟେକ୍ଷ ସୁପରିଚାଳନାରେ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି | ୩୭ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରବନ୍ଧରେ ୧୦ ଜଣ ସେହିପରି କୁଇଜରେ ୧୦ ଜଣ ସଫଳ ହୋଇ ଜିଲ୍ଲା ସ୍ତରକୁ ପ୍ରବେଶ କରିଥିବାରୁ ସେହି ୨0 ଜଣ କୃତିପ୍ରତିଯୋଗୀଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଛି |















