ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ବୁଗୁଡା :- ବିବାହିତ ପ୍ରେମିକା ଏବଂ ପ୍ରେମିକ ର ପୁଅ ର ଗଳା କାଟି ନିଜ ଗଳା କାଟିବା ପାଇଁ ଉଦ୍ୟମ କରୁଥିଲେ ପ୍ରେମିକ । ଏଭଳି ଏକ ଘଟଣା ଆଜି ବୁଗୁଡା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଣପୁର ଥାନା ପେଣ୍ଡେରାପଲ୍ଲୀ ଗ୍ରାମର ରୂପ ନାରାୟଣ ନାମକ ଜଣେ ଯୁବକ ଢେଙ୍କାନାଳର ଏକ ଘରୋଇ କମ୍ପାନୀରେ ଡିପ୍ଲୋମା ଇଞ୍ଜିନିୟର ଭାବେ କାମ କରୁଥିବା ବେଳେ ସେଠାରେ ବୁଗୁଡା ଥାନା ଝୋଲାରୀ ଗ୍ରାମର ଯାଇନିକ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉକ୍ତ ମହିଳାଙ୍କ ସ୍ୱାମୀ ମଧ୍ୟ ସେହି କମ୍ପାନୀରେ ଜଣେ ବିଦ୍ୟୁତ ମ୍ୟାନ ଭାବେ କାମ କରୁଥିଲେ । ଲକ ଡାଉନ ପର ଠାରୁ ମହିଳା ଜଣଙ୍କ ସ୍ୱାମୀଙ୍କ ସହ ନିଜ ଗାଁ ଝୋଲାରୀକୁ ଫେରିଥିଲେ । (ରିପୋର୍ଟ: ଶେଷଦେବ ସାହୁ/ ଗଞ୍ଜାମ ଜିଲ୍ଲା ବ୍ୟୁରୋ)
ଏହାରି ଭିତରେ ଉକ୍ତ ଯୁବକ ଜଣକ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ । ତେବେ କିଛିଦିନ ହେବ କୌଣସି କାରଣ ପାଇଁ ମହିଳା ଜଣଙ୍କ ଯୁବକଙ୍କ ଫୋନ ଉଠାଇ ନଥିଲେ । ଯାହା ଫଳରେ ଉତାକ୍ତ ହୋଇ ଯୁବକ ଜଣଙ୍କ ଆଜି ସନ୍ଧ୍ୟାରେ ମହିଳାଙ୍କ ଗ୍ରାମରେ ପହଁଚି ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କ ସହ ତାଙ୍କ ପୁଅର ବେକକୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ।
ପାଟି ଶୁଣି ସହି ପଡିଶା ଆସିଯିବାରୁ ଯୁବକ ଜଣଙ୍କ ନିଜ ବେକକୁ କାଟିବା ପାଇଁ ଉଦ୍ୟମ କରିବା ବେଳେ ଗାଁ ଲୋକଙ୍କ ତାଙ୍କୁ କାବୁ କରିଥିଲେ । ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଁଚି ଉଭୟ ମାଆ ପୁଅଙ୍କ ସମେତ ଅଭିଯୁକ୍ତକୁ ବୁଗୁଡା ମେଡ଼ିକାଲକି ପଠାଇ ଥିଲେ । ମହିଳା ଓ ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ଚିକିତ୍ସା ପରେ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ ।