
ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗତକାଲି ଭୁବନେଶ୍ୱର ଜୟଦେବ ଭବନ ପ୍ରେକ୍ଷାଳୟରେ ନୃତ୍ୟ ପରିବେଷଣ କରୁଥିଲେ କଣାସ ବ୍ଲକ ଖଣ୍ଡହତା ପଞ୍ଚାୟତ ତିଗିରିଆ ଗ୍ରାମର ଯୁବ ନୃତ୍ୟ ଶିଳ୍ପୀ ପ୍ରଶାନ୍ତ କୁମାର ସାହୁ।ତେବେ ନୃତ୍ୟ ପରିବେଷଣ ପରେ ଗ୍ରୀନ ରୁମକୁ ଆସି ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତତକ୍ଷଣାତ କ୍ୟାପିଟାଲ ହସପିଟାଲ କୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।















