ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସଂସ୍କୃତ ବିଦ୍ୱାନ ବିଲ୍ଲୋମଙ୍ଗଳ କୃତ ” ଗୋବିନ୍ଦ ଦାମୋଦର ସ୍ତୋତ୍ର ” କୁ ଓଡ଼ିଆରେ ଅନୁବାଦ କରିଥିବା ତରୁଣ କବି ଦାମୋଦର ପରିଡ଼ା ଙ୍କ ଅନୁବାଦ ଗ୍ରନ୍ଥ ଗୁରୁବାର ପୂର୍ବାହ୍ନ ରେ ଉନ୍ମୋଚିତ ହୋଇଯାଇଛି । ବର୍ଷୀୟାନ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ ଓ ଶ୍ରୀମନ୍ଦିର ପୁରୋହିତ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ପୁସ୍ତକ କୁ ଶ୍ରୀଜଗନ୍ନାଥ ଙ୍କୁ ସମର୍ପଣ କରିବା ସହ ଲୋକାର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଓ ଗବେଷକ ପୂର୍ଣ୍ଣଚନ୍ଦ୍ର ଗୋଛିକାର ଯୋଗ ଦେଇ ପୁସ୍ତକ ସମ୍ପର୍କ ରେ ଆଲୋକପାତ କରିଥିଲେ। ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାପତି ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ପୁସ୍ତକ ର ପ୍ରକାଶନ ଦାୟିତ୍ୱ ନେଇ ଥିବାରୁ ପୁସ୍ତକ ରଚୟିତା କବି ଦାମୋଦର ପରିଡ଼ା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
















