ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ବିଧାନସଭା ତା 7.1.2020 :- ଆଜି ବିଧାନସଭାର ବିଭାଗୀୟ ସରକାରୀ ହିସାବ କମିଟିଙ୍କର ସପ୍ତମ ବୈଠକ ବିରୋଧୀଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ପଞ୍ଚାୟିତିରାଜ ଓ ପାନୀୟଜଳ ବିଭାଗ ସଂପର୍କରେ ଭାରତର ମହାଲେଖ ନିୟନ୍ତ୍ରକ ତଥା ମହାସମୀକ୍ଷକ ୨୦୧୧-୧୨ ବର୍ଷ ପାଇଁ ଦେଇଥିବା ରିପୋର୍ଟ ୨୦୧୩ର ରିପୋର୍ଟ ନଂ-୫ର ପାରା-୨.୨କୁ ପରୀକ୍ଷା କରାଯିବା ସହ ଏହା ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା ।
ଏହାଛଡ଼ା ରାଜ୍ୟରେ ସରକାରୀ ଜାଗା ଜବରଦଖଲ ସର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ କମିଟିର ସଭ୍ୟ/ସଭ୍ୟା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ପଞ୍ଚାୟିତିରାଜ ଓ ପାନୀୟଜଳ ବିଭାଗର ପଦାଧୀକାରୀଙ୍କ ସମେତ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।