୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରି ନାହିଁ ।
ବୋଲଗତ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବୋଲଗଡ ସଦର ମହକୁମା ଗଡ ଭିତର ସାହିରେ ମଙ୍ଗଳ ବାର ବିଳମ୍ୱିତ ସନ୍ଧ୍ୟାରେ ଏକ ବାଭତ୍ସ ହତ୍ୟା କାଣ୍ଡ ଘଟିଛି । କଟର ମେସିନିରେ ନିଜ ଘର ବାରିପଟ କୁଅ ଚାନ୍ଦିନୀ ଉପରେ ବିଭତ୍ସ ଭାବେ ବାମ ଗୋଡ କୁ କାଟି ଦୁଇ ଖଣ୍ଡ କରିବା ସହିତ ବେକକୁ ଏକ ବିଦ୍ୟୁତ ତାରରେ ଚିପି ଅମାନୁଷିକ ଭାବେ ହତ୍ୟା କରାଯାଇଥିବାର ପାରିପାର୍ଶ୍ଵିକ ଅବସ୍ଥାରୁ ଜଣାପଡୁଛି । ଘଟଣାରୁ ପ୍ରକାଶ ଯେ ବୋଲଗଡ ଗ୍ରାମର ଗଡଭିତର ଦଳବେହେରା ସାହିର ସ୍ୱର୍ଗତ ମାୟାଧର ଦଳବେହେରାଙ୍କ ଏକ ମାତ୍ର ପୁତ୍ର କେଦାର ପଶ୍ଚିମକବାଟ (୫୩ବର୍ଷ) ଓରଫ ବଗୁଲାଙ୍କୁ ତାଙ୍କ ମେଡିକାଲ ସ୍ଥିତ ଥିବା ଚାହା ଦୋକାନରୁ ଡାକିଆଣି ନିଜ ଘର ବାରିପଟ ଚାନ୍ଦିନୀ ଉପରେ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଏକ କାଠ କଟା ଯନ୍ତ୍ର ଚାଳିତ କଟର ମେସିନ୍ ଦ୍ୱାରା ବାମ ଗୋଡ଼କୁ ବିଭତ୍ସ ଭାବେ ଦୁଇ ଖଣ୍ଡ କରି କାଟିବା ସହିତ ବେକକୁ ବିଦ୍ୟୁତ୍ ତାର ଦ୍ୱାରା ଚିପି ହତ୍ୟା କରାଯାଇଥିବାର ଘଟଣା ସ୍ଥଳରୁ ଦେଖିବାକୁ ମିଳିଛି ।
















