ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲାରେ ବେଆଇନ କାଠ ଚାଲାଣ ଓ ଜଙ୍ଗଲ ସମ୍ପଦ ଲୁଟ୍କୁ ରୋକିବା ପାଇଁ ବନ ବିଭାଗର ତୀକ୍ଷ୍ଣ ନଜରଦାରୀ ଜାରି ରହିଛି। ଏହି କ୍ରମରେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ବନାଞ୍ଚଳରେ ପେଟ୍ରୋଲିଂ ସମୟରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବେଆଇନ ଭାବେ ଶାଳ କାଠ ଚାଲାଣ ହେଉଥିବା ବେଳେ ଚଢ଼ାଉ କରି ୧୨ ଖଣ୍ଡ ଶାଳ ପଟା ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି ବନ ବିଭାଗ।
















