ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସ୍ଵାସ୍ଥ୍ୟ ବିଭାଗର ବିସ୍ମୟ ବ୍ୟକ୍ତିତ୍ଵ ତଥା ଭୁବନେଶ୍ୱର ଏମସର ସୁନାମଧନ୍ୟ ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଵର୍ଗତ ଆତ୍ମାଙ୍କ ଅମରତ୍ୱ କାମନା କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ଉପସ୍ଥିତିରେ ସମାହିତ ଉକ୍ତ ଶ୍ରଦ୍ଧାଞ୍ଜଳି ଶୋଭାରେ ଆତ୍ମାଙ୍କ ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
















