ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ନୟାଗଡ :- ନୟାଗଡ ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମର ୨ ଜଣ ଗରିବ ଶ୍ରେଣୀର ଲୋକଙ୍କ ଘର ବର୍ଷାରେ ଭୁଷୁଡ଼ି ପଡିଲା । ଏହି ଖବର ଫେସବୁକ ବୁକରେ ପ୍ରସାରିତ ହେଉଥିବା ଦେଖିବାକୁ ପାଇଲେ ବର୍ଷିଆନ ସମାଜସେବୀ ଦାମ ସାର ଏବଂ ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ରାମକୃଷ୍ଣ ରଥ । ସାମ୍ବାଦିକ ଶ୍ରୀଯୁକ୍ତ ରଥ ଏହାର ସତ୍ୟାସତ୍ୟ ଉନ୍ମୋଚନ କରି ଜାଣିଲେ ଯେ ଘଟଣାଟିରେ ସତ୍ୟତା ରହିଛି ।
ସଂଗେ ସଂଗେ ସହଯୋଗର ହାତ ବଢ଼ାଇଲେ ଭାଗବତ ପ୍ରେମୀ ଦାମ ସାର ଆଉ ସାଥିରେ ରହିଲେ ବରିଷ୍ଠ ସାମ୍ବାଦିକ । ତତକ୍ଷଣାତ ଗୋଟିଏ ସ୍କୁଟିରେ କିଛି ପରିବା ସହ ଚାଉଳ ଧରି ଉଭୟ ନଡ଼ିଆଳି ଗ୍ରାମ ଅଭିମୁଖେ ଯାତ୍ରା କରି ଉକ୍ତ ଲୋକ ଦ୍ବୟଙ୍କୁ ପ୍ରଦାନ କରିବା ସହ ସେମାନଙ୍କୁ ଆଶ୍ୱାସନା ଦେଇ ଫେରିଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଧରିଛି । ତେବେ ଦାମ ସାର କ ସହ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ଏଭଳି ଜନ ସ୍ୱାର୍ଥ ସମ୍ବଳିତ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରାଯାଇଛି । ( ରିପୋର୍ଟ – ରାମକୃଷ୍ଣ ରଥ )