ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) କଳାହାଣ୍ଡି :- ସହୀଦ ରିନ୍ଦୋ ମାଝୀଙ୍କ ଫିଲ୍ମ ତିଆରି ପାଇଁ ଆନୁସଙ୍ଗିକ ଭାବେ ଭବାନୀପାଟଣାରେ ଏହାର ଶୁଭ ଉଦ୍ଘାଟନ ଗବେଷକ,ଲେଖକ ପରମେଶ୍ବର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏଥିରେ କୈ।ଣସି ଆଦିବାସୀଙ୍କୁ ସାମିଲ କରାଯାଇ ନାହିଁ ଓ ଯାହାକୁ ନେଇ ଆଦିବାସୀଙ୍କୁ ଅଣଦେଖା କରି ବ୍ରାହ୍ମଣ ବାଦ,କରଣବାଦ ଚାଲିଛି ବୋଲି ଆଦିବାସୀ ସଂଘର ଆଲୋଚନା ଚକ୍ରରେ କନ୍ଧ ସଂସ୍କୃତିର ଗବେଷକ ତଥା ଭୀମା ପତ୍ରିକାର ପ୍ରତିଷ୍ଠାତା ମେଦିନୀଧର ଜାନୀ ମତ ପ୍ରକାଶ କରିଛନ୍ତି । ବୀର କମଳ ମଇଦାନ ଅସୁରଗଡଠାରେ ଏକ ଆଦିବାସୀ ସଂଘର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ତେବେ ଆର୍ ବିଆର ଫିଲ୍ମ ପ୍ରଡୁସରଙ୍କ ସହିତ ପରମେଶ୍ଵର ମୁଣ୍ଡ ଓ ଅମରେଶ ଜେନାଙ୍କ ପ୍ରୟାସରେ ସହୀଦ ରେଣ୍ଡୋ ମାଝୀଙ୍କ କାହାଣୀ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମ ଉପରେ କନ୍ଧ ସମାଜ ବହୁତ ଖୁସି ଦେଖାଯାଉଥିଲେ ସୁଦ୍ଧା ଅନେକ କଟୁ ମନ୍ତବ୍ୟକୁ ନେଇ ଦୁଃଖତ ବୋଲି ମଧ୍ୟ ଶ୍ରୀ ଜାନୀ ପ୍ରକାଶ କରିଛନ୍ତି ।
ଆଦିବାସୀ ନାଁ ନେଇ ଶୋଷଣ ଓ ବ୍ୟବସାୟ ଚାଲିଛି । ଯେମିତି ରେଣ୍ଡୋ ମାଝୀଙ୍କ ମୂର୍ତ୍ତିକୁ ନେଇ ବିବାଦ ଉଠିଥିଲା । ଯେ ହେତୁ ଆଦିବାସୀ ସଂଘର ମତାମତ ନିଆ ଯାଇ ନ ଥିଲା ବୋଲି ଆଦିବାସୀ ସଂଘ ଦାବି ରଖିଛି । ଏଥିପାଇଁ କନ୍ଧ ସମ୍ପ୍ରଦାୟର ଆଦିବାସୀ ସଂଘ ସହିତ ଆଲୋଚନା କରିବାକୁ ସଂଘର ଲୋକନାଥ ଭୋଇ, ପ୍ରକାଶ ମାଝୀ ଆଦି ଜଣାଇଛନ୍ତି । ପୁଣି ଆଦିବାସୀ ପରମ୍ପରା ସଂସ୍କୃତି ଯେପରି ବିକୃତ ନ ହୁଏ ଓ ଭୁଲ ତଥ୍ୟ ପାଇଁ କୈ।ଣସୀ କ୍ଷମଣୀୟ ନୁହେଁ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଭଲ କାମ ପାଇଁ ଆଦିବାସୀ ସଂଘ ପୂର୍ଣ୍ଣ ସହଯୋଗ କରିବ ବୋଲି ମଧ୍ୟ ଆଦିବାସୀ ସଂଘରେ ଆଲୋଚନା ହୋଇଛି । ଦେବରାଜ ପାଟମାଝୀ, ଦୁର୍ଯ୍ୟୋଧନ ମାଝୀ, ଲୋକନାଥ ଭୋଇ , ମେଦିନୀଧର ଜାନୀ ସମେତ ଅନେକ ଆଦିବାସୀ ନେତା ଏହି ଆଲୋଚନା ଚକ୍ରରେ ସାମିଲ ହୋଇ ଯଦି ଭୁଲ ତଥ୍ୟ ଫିଲ୍ମରେ ଆସେ ଆମେ ପ୍ରତିବାଦ କରିବାକୁ ପଛାଇବୁ ନାହିଁ ବୋଲି ସତର୍କ କରାଇଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ)