ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ଗଞ୍ଜାମ :- ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି । କମ୍ପାନୀର ଷ୍ଟିମ ପାଇପ ଵେଲ ଫାଟିଯିବା କାରଣରୁ କାର୍ଯ୍ୟରତ ଜଣେ ଇଂଜିନିୟର ସହ ତିନି ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଶଙ୍କର ରାଉଳ (୩୨), ଏସ୍ ବୈଦେଶର (୨୫), କେ. ବେଣୁପାଣି ରେଡ୍ଡୀ (୩୫) ଓ ଅଭିଷେକ ପାଳ। ଆହତଙ୍କୁ ତୁରନ୍ତ ଛତ୍ରପୁର ଓ ପରେ ବ୍ରହ୍ମପୁର ଡାକ୍ତର ଖାନାକୁ ନିଆଯାଇଛି । ଅବସ୍ଥା ଗୁରୁତର ଥିବା ଶ୍ରମିକଙ୍କୁ ପରେ ଭୁବନେଶ୍ୱର
ଡାକ୍ତର ଖାନକୁ ସ୍ଥାନାନ୍ତର କରାଯାଇଛି । ତେବେ ବିଳମ୍ବରେ ଆମ୍ବୁଲାନ୍ସ ଆସିବା, ଆମ୍ବୁଲାନ୍ସରେ ଆଧୁନିକ ସୁଭିଧା ନଥିବା ଓ କ୍ଷତି ପୂରଣ ଦାବିରେ ଠିକା ଶ୍ରମିକମାନେ କମ୍ପାନୀରେ ଆନ୍ଦୋଳନ କରିଛନ୍ତି । ଖବର ପାଇ ଦିଲୀପ କୁମାର ସାହୁ , ଗଞ୍ଜାମ ଥାନା ଆଇଆଇସି ସଦଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ପହଂଚି କମ୍ପାନୀର ଉଚ୍ଚମୂଖ୍ୟ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ମଧ୍ୟ ଉତେଜିତ ପରିସ୍ଥିତି କମ୍ପାନୀରେ ଲାଗିରହିଛି । ( ରିପୋର୍ଟ :- ଶେଷଦେବ ସାହୁ ଗଞ୍ଜାମ )