ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ପଦ୍ମପୁର :- ବରଗଡ ଜିଲ୍ଲା ସାରା ଓଡିଶାରେ ଭାତହାଣ୍ଡି ଭାବେ ପରିଚିତ l ମୁଖ୍ୟତଃ ରାଜ ବୋଡାସମ୍ବର ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଖରିଫଋତୁ ରେ ଧାନ ଚାଷକୁ ପ୍ରଧାନ୍ୟ ଦେଇଥାନ୍ତି କାରଣ ଏ ଅଞ୍ଚଳରେ ଚାଷୀ ମାନଙ୍କ ପାଇଁ ଚାଷ କାର୍ଯ୍ୟ ସକାଶେ ସ୍ଥାୟୀ ସୁବିଧା ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ l ନେତୃସ୍ଥାନୀୟ ବ୍ୟକ୍ତି ମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ପଦ୍ମପୁର ଅଞ୍ଚଳଟି ଏକ ପ୍ରକାର ର ମରୁଡି ଅଞ୍ଚଳ ଭାବେ ରହିଯାଇଛି l ଦୂରଦୃଷ୍ଟି ଏହାର ମୁଖ୍ୟ କାରଣ ଅଟୋ ସେ ଯାହାବି ହେଉ ଚାଷୀ ଚଳିତ ଖରିଫ ଋତୁ ର ମୁଠାଏ ଧାନ ପାଇଁ ଆଜିକାର ଦିନ ରେ ଚିନ୍ତାଶୀଳ ଅବସ୍ଥା ରେ ମୁଣ୍ଡ ରେ ହାତ ଦେଇ ବସି ପଡିଲାଣି l ମୁଣ୍ଡ ର ଝାଳ ତୁଣ୍ଡ ରେ ମାରି ଚାଷୀ ଆଜି ଦିଗହରା ଭାବେ ଛୁଟି ଆସିଥିଲା ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ l ବିଭିନ୍ନ ପ୍ରକାର ର ରୋଗ ରେ ଜର୍ଜରୀତ ହୋଇ ଧାନ ଫସଲ ସମ୍ପୂଣ୍ଣ ଭାବେ ଉଜୁଡି ସାରିଲାଣି l କାଳ ବିଳମ୍ବ ନକରି ଅତିଶିଘ୍ର କ୍ଷତି ହୋଇଥିବା ଧାନଚାଷ କୁ ଆକଳନ କରିବା ସହିତ ଚାଷୀ ମାନଙ୍କୁ ଇନପୁଟ ସବସିଡି ଯୋଗାଇ ଦେବାପାଇଁ ଦାବୀ ପତ୍ର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କୁ ପ୍ରଦାନ କରିଛନ୍ତି l ଆଜି ମଙ୍ଗଳ ବାର ଦିନ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତର ମାଁ ଠାକୁରଦେଇ କୃଷକ ସଙ୍ଗଠନ ର
ସଭାପତି ଦେବରାଜ ସାହୁ ଙ୍କ ନେତୃତ୍ୱ ରେ ଚାଷୀ ମାନେ ନଷ୍ଟ ହୋଇଥିବା ଧାନକେଣ୍ଡା କୁ ଉପଜିଲ୍ଲାପାଳ ଙ୍କୁ ଦେଖାଇବା ସଙ୍ଗେ ସଙ୍ଗେ ଏକ ଦାବୀପତ୍ର ପ୍ରଦାନ କରିଥିଲେ l ସମସ୍ତ ବିଷୟ କୁ ଅବଗତ କଲାପରେ ଉପ ଜିଲ୍ଲାପାଳ ଦରୱାନ୍ ଏହାକୁ ବରଗଡ ଡି.ଡି.ଏ ଙ୍କୁ ଜଣାଇ ଦିଆଯିବ ବୋଲି ଚାଷୀ ଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ l ଏଠାରେ ଉଲ୍ଲେଖନୀୟ ଏହିକି ବଜାର ରେ ଚାହା ଦୋକାନ ଖୋଲିଲାଭଳି ବିନା ପଂଜିକୃତ ସାର ଓ କୀଟନାଶକ ଓୌଷଧ ଦୋକାନ ଗ୍ରାମାଂଚଳ ରେ ଛାଇଁ ହୋଇଗଲାଣି l ସେମାନେ ଛତିଶଗଡ ରାଜ୍ୟ ତଥା ବିଭିନ୍ନ ପ୍ରଦେଶ ରୁ ଡୁପ୍ଲିକେଟ ସାର ତଥା କୀଟନାଶକ ଔଷଧ ବିଭିନ୍ନ ପ୍ରକାର ର ବାହାନା ଦେଖାଇ ମାଲେମାଲ ହେବାରେ ଲାଗିଥିବା ବେଳେ ଏଭଳି ଔଷଧ ବ୍ୟବହାର କରିବାଫଳ ଚାଷ ରେ ଲାଗିଥିବା ବିଭିନ୍ନ ଜାତୀୟ ରୋଗ ରୁ ଚାଷ କୁ ରକ୍ଷା କରିପାରିଲେ ନାହିଁ l ଏଣୁ ଉଚିତ ତଦନ୍ତ କରି ବିନା ପଂଚିକୃତ ସାର ଓ କୀଟନାଶକ ଔଷଧ ଦୋକାନ ଗୁଡିକ ବନ୍ଦକରି ଅଶିକ୍ଷିତ ବେପାରୀ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ କୃଷୀବିଭାଗୀୟ ଅଫିସର ବରଗଡ ଙ୍କୁ ଜଣାଯାଉଛି l ( ରିପୋର୍ଟ – ନିରୋଜ କୁମାର ପାଣୀ )