କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ସହରରେ ଗତକାଲି ଠାରୁ ଭଷାଣୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଥିବା ବେଳେ ଆଜି କଟକ ସଦର ଅଞ୍ଚଳରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଭଷାଣୀ ଉତ୍ସବରେ ସାମିଲ ହୋଇଥିବା କଟକ ସଦର ଅଞ୍ଚଳର ସମସ୍ତ ପୁଜା ମଣ୍ଡପର କର୍ମକର୍ତ୍ତ।ଙ୍କୁ ଏକ ଏକତା ରଜୁରେ ବାନ୍ଧିବାକୁ ପ୍ରୟାସ କରି କଟକ ସଦର ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଧାମାଧବ ସେବା ସମିତି ଓ ଆମ୍ବେଦକର ସ୍ମୃତି ପରିଷଦର ମିଳିତ ଆନୁକୁଲ୍ୟରେ ଗୋପାଳପୁର ଠାରେ ଏକ ସମ୍ବର୍ଦ୍ଧନା ମଞ୍ଚର ଆୟୋଜନ କରାଯାଇଥିଲା ।















