ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ଆଶା କର୍ମୀମାନଙ୍କୁ ସରକାରୀ କର୍ମଚାରୀ ମନ୍ୟତା ଆଦି ଦଶ ଦଫା ଦାବିରେ ଆଜି ଜିଲ୍ଲା ର ଶତାଧିକ ଆଶା କର୍ମୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଶା କର୍ମୀ ଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଯୋଗ୍ୟତା ଭିତ୍ତିରେ ଏ ଏନ୍ ଏମ୍ ପଦକୁ ପଦୋନ୍ନତି,ମାସକୁ ୧୮ ହଜାର ଟଙ୍କା ଦରମା ପ୍ରଦାନ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସଭାନେତ୍ରୀ ଗୈ।ରୀ ଖଟେଇ ଏବଂ ସମ୍ପାଦିକା ସୁଷମା ବାରିକଙ୍କ ନେତୃତ୍ୱରେ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ ।
( ରିପୋର୍ଟ /ସତ୍ୟ ନାରାୟଣ ପ୍ରଧାନ ବରଗଡ଼)