ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ବରଗଡ଼ ବ୍ଳକ ଅନ୍ତର୍ଗତ ଏସ ଡୁମ୍ବେରପାଲି ଗ୍ରାମ ର ଶତାଧିକ ଚାଷୀ ଫସଲ ବୀମା କ୍ଷତିପୂରଣ ଦାବି କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପଞ୍ଚାୟତ ର ଶତାଧିକ ଏକର ଚାଷ ଗତବର୍ଷ କ୍ଷତି ହୋଇଥିଲା । ଚାଷୀ ମାନେ ଉକ୍ତ ଚାଷ ପାଇଁ ବରଗଡ଼ ସଦର ମହକୁମା ରେ ଥିବା ଏକ ବ୍ୟାଙ୍କରେ ବୀମା ପ୍ରୀମିୟମ ଜମା କରିଥିଲେ । ତେବେ ଫସଲ ନଷ୍ଟ ହେବା ପରେ ଗ୍ରାମରେ ସ୍ବଳ୍ପ କେତେକ ଚାଷୀ ଙ୍କୁ କ୍ଷତିପୂରଣ ମିଳିଥିବା ବେଳେ ଅଧିକାଂଶ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥିଲେ ।
ଏ ସଂପର୍କରେ ବରଗଡ଼ ସ୍ଥିତ ଉକ୍ତ ବ୍ୟାଙ୍କ କୁ ଚାଷୀ ଅଭିଯୋଗ କରି ନିୟନ୍ତ ହେବା ପରେ ଆଜି ଚାଷୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ପ୍ରଦୀପ ନନ୍ଦ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ( ରିପୋର୍ଟ: ସତ୍ୟ ନାରାୟଣ ପ୍ରଧାନ/ ବରଗଡ଼)