ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ବେଲଗୁଣ୍ଠା :- ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ପଞ୍ଚାୟ ଦୁବଲୁଣ୍ଡା ଗ୍ରାମର ଶିକ୍ଷକ ଚନ୍ଦ୍ର ଶେଖର ପାତ୍ରଙ୍କ ସ୍ତ୍ରୀ ମମତା ମୟୀ ପାତ୍ର (42)ଙ୍କ ରବିବାର ସକାଳ 9 ଘଣ୍ଟ ସମୟରେ ନିଜ ବାସ ଭବନରେ ପରଲୋକ ଘଟିଛି । ମୃତ ମମତା ପ୍ରାୟ ସାତ ଆଠ ବର୍ଷ ହେବ ଯକୃତ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ମହିଳା ଭାବେ ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ମୃତ୍ୟୁ ବେଳକୁ ସ୍ଵାମୀ ଚନ୍ଦ୍ର ଶେଖର, ପୁଅ ଚିନ୍ମୟ, ଝିଅ ବିଜୟ ଲକ୍ଷ୍ମୀ, ଦେଢ଼ସୁର ସୂର୍ଯ୍ୟ, ଦିଅର ନାରାୟଣ ଓ କୂବେରଙ୍କ ସମେତ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରିବା ପରେ ଗାଆଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ପୁଅ ଚିନ୍ମୟ ମୂଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । (ରିପୋର୍ଟ: ଶେଷଦେବ ସାହୁ ଗଞ୍ଜାମ )