No Result
View All Result

ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଭାରତର ଅନ୍ୟତମ ସର୍ବାଧିକ ସମ୍ମାନଜନକ ସାଂସ୍କୃତିକ ଆନ୍ଦୋଳନ ଇଣ୍ଟରନ୍ୟାସ୍ନାଲ ପରଫର୍ମିଂ ଆର୍ଟସ୍ ଫେଷ୍ଟିଭାଲ (ଆଇପିଏଏଫ) ତାହାର କ୍ରମାଗତ ନବମ ବର୍ଷ ନିମନ୍ତେ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ୨୦୨୬ ଅକ୍ଟୋବର ୨୪ ତାରିଖ ସଂନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି । ଆଇପିଏଏଫ୍ ଭୁବନେଶ୍ୱର ୨୦୨୬ରେ ସ୍ଥାନ ପାଇବାକୁ ଥିବା ପ୍ରଦର୍ଶନଗୁଡିକ ମଧ୍ୟରେ ସୁପ୍ରସିଦ୍ଧ ପଣ୍ଡିତ ଅଭିରାମ ନନ୍ଦ ଓ ଦଳଙ୍କ ଦ୍ୱାରା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ବଂଶୀ ବାଦନ, ବିଶିଷ୍ଟ କଳାକାର ଶାୟୋମିତା ଦାସଗୁପ୍ତାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ, ଏସଏସଭିଏମ୍ ଗ୍ରୁପ୍ର ଉଦୀୟମାନ କଳାକାରଙ୍କ ଦ୍ୱାରା ଲୋକନୃତ୍ୟ ପ୍ରଦର୍ଶନ ଏବଂ ଭୁବନେଶ୍ୱରସ୍ଥିତ ସତ୍ୟଭାମା ଦେବୀ କଲେଜ ଫର୍ ହିଅରିଂ ଇମ୍ପାୟାର୍ଡ (ଏସ୍ଡିସିଏଚ୍ଆଇ)ର ପ୍ରତିଭାସମ୍ପନ୍ନ କଳାକାରଙ୍କ ଦ୍ୱାରା ସ୍ୱତନ୍ତ୍ର ସମାବେଶୀ ପ୍ରଦର୍ଶନ ଆଦି ଅନ୍ତର୍ଭୁକ୍ତ ।

ଇଣ୍ଟରନ୍ୟାସନାଲ ପରଫର୍ମିଂ ଆର୍ଟସ୍ ଫେଷ୍ଟିଭାଲ (ଆଇପିଏଏଫ) ଭୁବନେଶ୍ୱର ୨୦୨୬ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଳନ କରିବାକୁ ଯାଇ ଅନନ୍ୟ ଶାସ୍ତ୍ରୀୟ ସଂଗୀତ, ପାରମ୍ପରିକ ନୃତ୍ୟ, ଲୋକକଳା ପ୍ରଦର୍ଶନ ଏବଂ ସମାବେଶୀ କଳାତ୍ମକ ଅଭିବ୍ୟକ୍ତିର ଏକ ସନ୍ଧ୍ୟା ଉପସ୍ଥାପନ କରିବ । ଏହି ଉତ୍ସବ କଳାକାର, ସାଂସ୍କୃତିକ ନେତୃବୃନ୍ଦ ଏବଂ ଦର୍ଶକମାନଙ୍କୁ କଳାତ୍ମକ ଉତ୍କର୍ଷ, ସାଂସ୍କୃତିକ ବିନିମୟ ଓ ସୃଜନଶୀଳ ସହଯୋଗୀତାର ଗୋଟିଏ ମଞ୍ଚରେ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କଳାପ୍ରେମୀ, ସାଂସ୍କୃତିକ ରସଜ୍ଞ, ବିଶିଷ୍ଟ ଅତିଥିବୃନ୍ଦ, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ କର୍ପୋରେଟ ଜଗତର ନେତୃବୃନ୍ଦ ଯୋଗଦେବା ଆଶା କରାଯାଉଛି । ଆଇପିଏଏଫ୍ ସାମାଜିକ ଉଦ୍ୟୋଗୀ ଶ୍ରୀ ଶ୍ୟାମ ପାଣ୍ଡେ, ଡାଇରେକ୍ଟର, ଇଣ୍ଟରନ୍ୟାସ୍ନାଲ ପରଫର୍ମିଂ ଆର୍ଟସ୍ ଫେଷ୍ଟିଭାଲଙ୍କର ଏକ ପ୍ରୟାସ ଅଟେ । ଅହମଦାବାଦର ଟାଗୋର ହଲ୍ରେ ୨୦୧୫ ଜୁଲାଇ ୨୩ ତାରିଖରେ ପ୍ରତିଷ୍ଠିତ ହୋଇଥିବା ଆଇପିଏଏଫ୍ ସମଗ୍ର ଭାରତରେ ୨୫୦ରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିସାରିଛି ।
ଏହି ଉତ୍ସବ ବିଭିନ୍ନ ସମାଜ ଓ ସଂସ୍କୃତିଗୁଡିକୁ ପ୍ରଦର୍ଶନ କଳାର ସାର୍ବଜନୀନ ଭାଷା ଜରିଆରେ ଏକତ୍ରିତ କରିବାକୁ ଉତ୍ସର୍ଗୀକୃତ ଅଟେ । ପ୍ରଦର୍ଶନ କଳା ଜରିଆରେ ପାରମ୍ପରିକ କଳା ରୂପ ଏବଂ ପୂର୍ଣ୍ଣାଙ୍ଗ ସାଂସ୍କୃତିକ ପରମ୍ପରାଗୁଡିକୁ ଉତ୍ସାହିତ କରିବା ତଥା ସେଗୁଡିକର ସଂରକ୍ଷଣ କରିବା ଆମର ଲକ୍ଷ୍ୟ । ଆଇପିଏଏଫ୍ ପ୍ରତିଷ୍ଠିତ କଳାକାରମାନଙ୍କ ନିମନ୍ତେ ଏକ ମଞ୍ଚ ଯୋଗାଇଦେବା ସହିତ ଭିନ୍ନକ୍ଷମ ଏବଂ ଉଦୀୟମାନ କଳାକାରମାନଙ୍କୁ ସ୍ୱୀକୃତି ଓ ସୁଯୋଗ ନେବା ଦିଗରେ ସହାୟତା କରି ସେମାନଙ୍କୁ ସମର୍ଥନ ଯୋଗାଇଦେଉଛି । ଆଇପିଏଏଫ୍ ପ୍ରତିବର୍ଷ ସମଗ୍ର ଭାରତରେ ରାଜ୍ୟ ରାଜଧାନୀ ଓ ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ସହରଗୁଡିକରେ ଉତ୍ସବଗୁଡିକ ଆୟୋଜନ କରୁଛି । ଏହି ଉତ୍ସବ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଗୁରଗାଓଁ, ଗୁଆହାଟୀ, ନାଗପୁର, ଲକ୍ଷ୍ନୌ, ବାରଣାସୀ, ଶିଲଂ, ରାୟପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ, ଲେହ, ତ୍ରିଭାନ୍ଦ୍ରମ, ଡେରାଡୁନ, ଜମ୍ମୁ, ଜୟପୁର, ବାଙ୍ଗାଲୋର, ହାଇଦରାବାଦ, ପୁରୀ, ଗୋଆ ଓ ଚେନ୍ନାଇ ଆଦି ସହରରେ ଆୟୋଜିତ ହୋଇସାରିଛି ।
ଆଇପିଏଏଫ୍ ମଧ୍ୟ ଭିନ୍ନକ୍ଷମ ବର୍ଗ ମଧ୍ୟରେ ପ୍ରଦର୍ଶନ କଳାକୁ ପ୍ରୋତ୍ସାହିତ କରୁଥିବା ଏକ ପାଞ୍ଚ-ଦିବସୀୟ ବିଶ୍ୱସ୍ତରୀୟ ଉତ୍ସବ ଦେହାତୀତ (ପୂର୍ବରୁ ସମର୍ଥ ନାମରେ ପରିଚିତ) ଆୟୋଜନ କରିଥିଲା । ଏହି ଉତ୍ସବ ମଧ୍ୟପ୍ରଦେଶ ସରକାରଙ୍କର ସଂସ୍କୃତି ବିଭାଗ ଓ ସାମାଜିନ ନ୍ୟାୟ ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗ ସହଯୋଗୀତାରେ ଭୋପାଳସ୍ଥିତ ଭାରତ ଭବନଠାରେ ୨୦୧୭ ମସିହା ଜୁନ୍ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେଥିରେ ସମଗ୍ର ବିଶ୍ୱରୁ ପ୍ରାୟ ୫୦ ଜଣ କଳାକାର ଅଂଶଗ୍ରହଣ କରିଥିଲେ । କୋଭିଡ-୧୯ ମହାମାରୀ ସମୟରେ ଆଇପିଏଏଫ୍ ୩୫ଟି ଅନ୍ଲାଇନ ପେଡ୍ କାର୍ଯ୍ୟକ୍ରମଗୁଡିକ ଜରିଆରେ କଳାକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଜାରି ରଖିଥିଲା ।

No Result
View All Result