ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଆଜି ରାଜ୍ୟ ସରକାର’ଙ୍କ ବିଜୁଳି ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ଜିଲ୍ଲାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ’ରେ , ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ମହାମହିମ ରାଜ୍ୟପାଳ’ଙ୍କ ଉଦ୍ଦେଶ୍ୟ’ରେ ଜିଲ୍ଲାପାଳ’ଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ’ଙ୍କ ଦାୟିତ୍ୱରେ ଥିବା ସଂଗ୍ରାମ ଶେଖର ପଣ୍ଡା’ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା । ଏହି ଅବସର’ରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତା ମାନେ ସ୍ଥାନୀୟ ଜେଲ ଛକଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା’ରେ ବାହାରି ରାଜ୍ୟ ସରକାର’ଙ୍କ ନୀତି ବିରୋଧୀ ବିଭିନ୍ନ ନାରା ଦେଇ ଜିଲ୍ଲାପାଳ’ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବର୍ତ୍ତମାନ କରୋନା ମହାମାରୀ ସମୟରେ ବହୁ ଗରିବ ଖଟିଖିଆ , କୁଲି ମଜୁରିଆ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସେମାନଙ୍କ ଜୀବିକା ହରାଇ ଭୋକ ଉପାସରେ ଦିନ କାଟୁଥିବା ବେଳେ ଏଭଳି ସମୟରେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିବା ଏହା ଲୋକଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏହାକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ , ନଚେତ ଆଗାମୀ ଦିନରେ ଏହାର ପ୍ରତିବାଦ’ରେ ତୀବ୍ର ଆନ୍ଦୋଲନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ସେହିଭଳି , ଜିଲ୍ଲାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେବା ସହ ଅଘୋଷିତ ବିଦ୍ୟୁତ କାଟ ପ୍ରତି ଜନସାଧାରଣ ଓ ଛାତ୍ରଛାତ୍ରୀ ଅତିଷ୍ଠ ହୋଇ ପଡିଲେଣି ।
ବର୍ତ୍ତମାନ ପେଣ୍ଡାମିକ ସମୟ’ରେ ସ୍କୁଲ ଓ କଲେଜ ଖୋଲି ନ ଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କେବଳ ଅନ-ଲାଇନ’ରେ ପାଠ ପଢା ହେଉଛି । ବିଦ୍ୟୁତ ବିଭ୍ରାଟ ଓ ବିଦ୍ୟୁତ କାଟ ଯୋଗୁଁ ସେମାନଙ୍କ ପାଠପଢା’ରେ ସମ୍ପୂର୍ଣ୍ଣ ଭସବେ ବ୍ୟାଘାତ ସୃଷ୍ଟି ହେବାର ଲାଗିଛି । ତେଣୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଓ ବିଦ୍ୟୁତ କାଟ’ର ଯଦି କୋଣସି ତୁରନ୍ତ ସମାଧାନ ନ ହୁଏ , ତେବେ ବିଜେପି ପକ୍ଷରୁ ଏହାର ପ୍ରତିବାଦ’ରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ନେତା ନୃସିଂହ ଚରଣ ପଟନାୟକ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଜଗା ମହାପାତ୍ର , ପ୍ରଶାନ୍ତ ପାଳ , ଶ୍ୟାମ ପାଣିଗ୍ରାହୀ , ବାରିକ ଜେନା , ଚାପରା ତାରିକେଶ୍ୱରୀ , ଅରୁଣୀମା ସାହୁ ପ୍ରମୁଖ ସାମିଲ ରହିଥିଲେ । (ରିପୋର୍ଟ୍ ଗରୁଡ଼ ଧ୍ଵଜ ଚୌଧୁରୀ)