ରଣପୁର (ଓଡିଶା ତାଜା ନିଉଜ୍) ରଣପୁର ମହୋତ୍ସବ 5.1.2020 :- ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ଆଜି ଦ୍ୱିତୀୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଭରପୂର ଦର୍ଶକଙ୍କ ଗହଣରେ ଲୋକମାନେ ଦ୍ୱିତୀୟ ସଂନ୍ଧ୍ୟାରେ ମଜା ଉଠାଇଥିଲେ ।
ଓଡିଶାରେ ଚହଳ ସୃଷ୍ଟି କରିଥିବା କାର୍ଟୁନିଷ୍ଟ ନଟିଆର କମେଡିରେ ହଜାର ହଜାର ଦର୍ଶକଙ୍କ ମୁହଁରେ ହସ ଫୁଟାଇ ଥିଲା । ଛୋଟ ପିଲାଙ୍କୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନଟିଆ କମେଡିରେ ବାନ୍ଧି ହୋଇ ରହିଥିଲେ । ସେହିଭଳି ତରଙ୍ଗ ଚ୍ୟାନେଲର ସାବିତ୍ରୀ ସିରିଏଲର ହାସ୍ୟ ଅଭିନେତ୍ରୀ ଶୁଭଶ୍ରୀର ହାସ୍ୟ କମେଡି ଦର୍ଶକ ମସ୍ଗୁଲ ହୋଇଥିଲେ ।
ସେହିଭଳି ପ୍ରଯୋଜକ ଆନ୍ନା ଶ୍ରୀ ଧରନ ମଂଚରେ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ । ଅନ୍ୟତମ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସାକ୍ଷୀଗୋପାଳର ସିଙ୍ଘାର ଓ ସୋନୀ ଏଣ୍ଟରଟେନମେଂଟ ଗ୍ରୁପ, ସମ୍ବଲପୁରୀ ଓ ସରସ୍ୱତୀ ଶିଶୁ ମନ୍ଦିରର ଏକ ଗ୍ରୁପ ଡ୍ୟାନ୍ସର ମଜା ଦର୍ଶକ ଉଠାଇଥିଲେ ।
ଚଳଚିତ୍ର ଅଭିନେତା ସୁମନଙ୍କ ସଂଳାପ ଦର୍ଶକଙ୍କ ମଧ୍ୟରେ ହାସ୍ୟ ପରିବେଶ ସୃଷ୍ଟି କରିଥିଲା । ମହୋତ୍ସବ ର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆଜିର ସଂନ୍ଧ୍ୟା କାର୍ଯ୍ୟକ୍ରମରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ମୂଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ସୋମ୍ୟ ରଞ୍ଜନ ପଟ୍ଟନାୟକ, ମୂଖ୍ୟ ବକ୍ତା ଭାବେ ନୟାଗଡ ଆରକ୍ଷୀ ଅଧ୍ୟକ୍ଷ ଶଶୀ ଭୂଷଣ ଶତପଥି, ସମ୍ମାନୀତି ଅତିଥି ଭାବେ ନୟାଗଡ ଖାଉଟି ଫୋରମ ଅଧ୍ୟକ୍ଷ ନାରାୟଣ
ମହାପାତ୍ର, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୂପମା ପ୍ରଧାନ, ମହୋତ୍ସବ କମିଟିର ସଂଯୋଜକ ଦେବାଶିଷ ପଟ୍ଟନାୟକ, ସମ୍ପାଦକ ସୁରେଶ ମିଶ୍ର, ଆବାହକ ପୂର୍ଣ୍ଣଚନ୍ଦ୍ର ରାୟ ପ୍ରମୂଖ ଯୋଗ ଦେଇ ରଣପୁରର ଐତିହ୍ୟ ବୀରତ୍ୱ ଗାଥାକୁ ସ୍ମୃତି ଚାରଣ କରିଥିଲେ ।
ଆରକ୍ଷୀ ଅଧ୍ୟକ୍ଷ ତାଙ୍କ ଅଭିଭାଷଣରେ ଜିଲ୍ଲାରେ ଏବେ ଚାଲିଥିବା ବେଟି ବଚାଓ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ । ସେହିଭଳି ଘରୁ ବାହାରିଲା ମାନେ ବାଇକ ଚାଳକମାନେ ନିହାତି ହେଲମେଟ ପିନ୍ଧି ବାଇକ ଚଲାଇବା ପାଇଁ ଅନୁରୋଧ କରିଥିଲେ ।
ଏହା ଦ୍ୱାରା ବାଇକରେ ଦୁର୍ଘଟଣା ଜନିତ କ୍ଷୟକ୍ଷତି ଯଥେଷ୍ଟ ପରିମାଣରେ ହ୍ରାଇ ପାଇ ପାରିବ ବୋଲି ମଧ୍ୟ ଆରକ୍ଷୀ ଅଧ୍ୟକ୍ଷ କହିଥିଲେ । ଅନ୍ୟତମ ଅତିଥି ଶ୍ରୀ ମହାପାତ୍ର ରଣପୁର ଇତିହାସ ଉପରେ ସାର ମର୍ମକ ହୃଦୟ ସ୍ପର୍ଶୀ ଅଭିଭାଷଣ ପ୍ରଦାନ କରିଥିଲେ ।
ଅତୀତକୁ ସ୍ମରଣ କରିବା ପାଇଁ ଏହା ଏକ ଉତମ ପ୍ରୟାସ ବୋଲି ଖଣ୍ଡପଡା ବିଧାୟକ ସୋମ୍ୟ ରଞ୍ଜନ ପଟ୍ଟନାୟକ ଅଭିଭାଷଣରେ କହିଥିଲେ । ରିପୋର୍ଟ – ସୋନାଲି