ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) ଦିଗପହଣ୍ଡି :- ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଦିଗପହଣ୍ଡି ସହରରେ କୋଭିଡ କଟକଣା ନେଇ ଧରପଗଡ଼ କୁ ଜୋରଦାର କରାଯାଇଥିଲା । ସ୍ଵତନ୍ତ୍ର ଅତିରିକ୍ତ ଜିଲାପାଳ ଡ. ଶ୍ଵେତ କୁମାର ଦାସ,ସହକାରୀ ଜିଲାପାଳ କେ. ମାଲେଶ୍ୱର ପାତ୍ର ଦିଗପହଣ୍ଡି ରେ ପହଞ୍ଚି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଏହି ଚଢାଉ ଧରପଗଡ଼ କରିଥିଲେ । କୋଭିଡ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ଦୋକାନ ଭିତରେ ବହୁ ସଂଖ୍ୟକ ଗ୍ରାହକ ଙ୍କୁ ବସାଇ ବ୍ୟବସାୟ ଚଳାଇଥିବା ବିଭିନ୍ନ ଦୋକାନ ଗୁଡ଼ିକ ଉପରେ ପ୍ରଶାସନିକ ଅଧିକାରୀ ବୃନ୍ଦ ଅତର୍କିତ ଚଢାଉ କରି
ସେଗୁଡିକୁ ସିଲ୍ କରିଥିଲେ । ନିୟମ ଉଲ୍ଲଙ୍ଘନ କାରୀ ଦୋକାନୀଙ୍କ ସମେତ ରାସ୍ତାରେ ଯା ଆସ କରୁଥିବା ବହୁସଂଖ୍ୟକ ବାଇକ୍ ଗୁଡ଼ିକୁ ତହସିଲ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ ଯାଞ୍ଚ୍ କରି ଜରିମାନା ଆଦାୟ କରିଥିବା ଜଣାପଡିଛି । ଏହି ଚଢାଉ ଧରପଗଡ଼ ରେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଙ୍କ ସମେତ ତହସିଲ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ଼ ର ସଦସ୍ୟ ଫକୀର ମୋହନ ରାଉତ,ଭଗବାନ ପାତ୍ର, ଶ୍ରୀକାନ୍ତ ଦୋରା ପ୍ରମୁଖ ସାମିଲ ଥିଲେ । ( ରିପୋର୍ଟ -ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )