ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପୂର୍ବ ଶତ୍ରୁତାକୁ ନେଇ ପଥର ମାଡ଼ ମାରି ଲହୁଲୁହାଣ କରିବା ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ମୋହନାର ଜେ.ଏମ୍.ଏଫ.ସି. ବିକାଶ କିରଣ ମିଶ୍ର ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫(୨) (ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ଅପରାଧରେ ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମର ଗୋବିନ୍ଦ ବିନ୍ଧାଣି (୪୮ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏ.ପି.ପି. ସୁଶାନ୍ତ କୁମାର ମଲ୍ଲିକ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତିସୂଚନାଯୋଗ୍ୟ,
















