ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) ବାଲେଶ୍ୱର :- ଚାନ୍ଦିପୁର ଆଇଟିଆର୍ ୪ ନମ୍ବର ଲଞ୍ଚପ୍ୟାଡରୁ ଆଜି ଦିନ ୧୧ଟା ୪୦ରେ ମିଜାଇଲ କେ-୧୫ର ସ୍ମାର୍ଟ-୧ ଭର୍ସନର ପରୀକ୍ଷଣ କରାଯାଇଛି । ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କ୍ଷମତା ୭୫୦ କିଲୋମିଟର ଓ ହଜାରେ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ । ୧୯୯୦ ମସିହାରେ ହାଇଦ୍ରାବାଦ ସ୍ଥିତ ଭାରତୀୟ ପ୍ରତରିକ୍ଷା ଗବେଶଣା ପ୍ରତିଷ୍ଠାନ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ଏହାକୁ ତିଆରି କରାଯାଇଥିଲା । ୨୦୦୧ରେ ପ୍ରଥମକରି ଗୁଜରାଟର ହାଜିରା
ସମୁଦ୍ରରୁ ହରିହନ୍ତ ବୁଡା ଯାହାଜରୁ ପରିକ୍ଷା କରାଯାଇଥିଲା । କେ-୧୫ ହେଉଛି ବୁଡାଜାହାଜ ଦ୍ୱାରା ଦୁଇ ପର୍ଯ୍ୟାୟରେ ପରୀକ୍ଷା କରାଯାଉଥିବା ମିଜାଇଲ୍ । ସ୍ଥଳଭାଗରୁ ପରୀକ୍ଷଣ କରାଯାଇଛି । ଏହାର ଗତିପଥକୁ ଟ୍ରାକ୍ କରିବା ପାଇଁ ରାଡାର୍ ଓ ଇଲେକଟ୍ରୋନିକ୍ସ ଟ୍ରାକିଂ ମେସିନ୍ ବ୍ୟବହାର କରାଯାଇଥିଲା । ଏହି ପରୀକ୍ଷଣକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ପ୍ରତରିକ୍ଷା ମନ୍ତ୍ରୀ ରାଜନାଥ ସିଂ ଚାନ୍ଦିପୁର ଆଇଟିଆର୍ କୁ ପ୍ରଶଂସା କରିଛନ୍ତି । (ଦୀପ୍ତିମାନ ପତି / ବାଲେଶ୍ୱର)