ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ବରିଷ୍ଠ ଶିକ୍ଷକ ବି.ଗୋବିନ୍ଦ ରାଜୁଙ୍କ ପ୍ରଧାନ ଶିକ୍ଷକ ପଦୋନ୍ନୋତି ଅବସରରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପଦୋନ୍ନତି ଚିଠା ଅନୁସାରେ ବିଦ୍ୟାଳୟରେ କାର୍ଯ୍ୟରତ ବି.ଗୋବିନ୍ଦ ରାଜୁ ପ୍ରଧାନଶିକ୍ଷକ ରୂପେ ସରକାରୀ ଉଚ୍ଚ ବିଦ୍ୟାଳୟ(ସେରଙ୍ଗ)କୁ ପଦନ୍ନୋତି ସହ ଅବସ୍ଥାପିତ ହୋଇଛନ୍ତି । ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନାସଭାରେ ଅବସର ପ୍ରାପ୍ତ ଶିକ୍ଷକ କୁମୁଦ ରଞ୍ଜନ ଦାଶ, ରାମନାଥ ପଣ୍ଡା, ସି.ଏଚ୍.ଭେଙ୍କେଟଶ୍ୱର ପ୍ରମୁଖ ଯୋଗଦେଇ ବି. ଗୋବିନ୍ଦ ରାଜୁ ଜଣେ କର୍ତ୍ତବ୍ୟ ପରାୟଣରତ ଓ ଛାତ୍ର ବସ୍ରଳ ଶିକ୍ଷକ ଥିଲେ ବୋଲି କହିଥିଲେ l
ବିଦ୍ୟାଳୟର ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ସଭା କାର୍ଯ୍ୟକୁ ସଂଯୋଜନା କରିଥିବା ବେଳେ ସି.ଏଚ୍. ଚାନ୍ଦିନୀ , ଶ୍ରୀ ରାମମୂର୍ତ୍ତୀ , ଧର୍ମା ରାଓ , ପ୍ରତିମା ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶ ବି.ଗୋବିନ୍ଦ ରାଓଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ , ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ହରିହର ଦାଶ , ମହେନ୍ଦ୍ର କୁମାର ବଡମୁଣ୍ଡି , ରାମୋଜୀ ରମେଶ ପ୍ରମୁଖ ପରିଚାଳନାରେ କରିଥିଲେ । (ଗରୁଡ଼ ଧ୍ୱଜ ଚୌଧୁରୀ)