ଓଡ଼ିଶା ତାଜା ନ୍ୟୁଜ (୦୪ ଅକ୍ଟୋବର ରବିବାର ) ପଦ୍ମପୁର :- ପଦ୍ମପୁର ସହରାଞ୍ଚଳ ମଧ୍ୟରେ ବୁଲା ଗୋରୁଗାଈ ନିୟନ୍ତ୍ରଣ ପାଇଁ ଏକ ବୈଠକ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇ ଅଛି । ପଦ୍ମପୁର ସହରର ମଧ୍ୟରେ ବୁଲା ଗୋରୁଗାଈ ମାନଙ୍କ ପାଇଁ ଟ୍ରଫିକ ସମସ୍ୟା ସହିତ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଏବଂ ବିଭିନ୍ନ ସମୟରେ ଚାଷୀ ମାନଙ୍କ ଶସ୍ଯ ମଧ୍ୟ ନଷ୍ଟ ହେଉଥିବା ଦୃଷ୍ଟିରୁ ବୁଲା ଗୋରୁଗାଈଙ୍କ ନିୟନ୍ତ୍ରଣ କରିବା ପାଇଁ ଉପ ଜିଲ୍ଲାପାଳ ଉପଖଣ୍ତ ପଶୁ ଚିକିତ୍ସାଧିକାରୀ SDVO ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମକର୍ତ୍ତାଙ୍କ ମତାମତ ଲୋଡିଥିଲେ । ଏଭଲି ସ୍ଥିତିକୁ ସୁ ନିୟନ୍ତ୍ରଣ କରିବା ପାଇଁ ଗୋରୁଗାଈ ମାଲିକ ମାନଙ୍କ ସହିତ ଯୋଗାଯୋଗ କରି ସଚେତନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା ।
ଆବଶ୍ୟକ ସ୍ଥଳେ ବୁଲା ଗୋରୁଗାଈ ମାନଙ୍କୁ ରଖିବା ପାଇଁ କାଞୀ ହାଉସ୍ ର ବ୍ଯବସ୍ଥା ତଥା ଗୋ ଶାଲା ଗୁଡିକୁ ସ୍ଥାନାନ୍ତର କରିବା ପାଇଁ ଆଲୋଚନା କରା ଯାଇଥିଲା । ଉକ୍ତ ବୈଠକରେ ପଦ୍ମପୁର ପଶୁ ଚିକିତ୍ସାଧିକାରୀ ଡା ପର୍ଶୁରାମ ପଣ୍ତା, ଏ ଭିଏ ଏସ ଡା ରୋଜାଲିନ ଭଞୀଦେଓ ,ସୁନୀତା ସାହୁ, ସୁଜାତା ସିବାଙ୍ଗୀ ଇନ୍ଦୁୟର,ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଜେଇ ଏସ୍ ଦୁଷ୍ମନ୍ତ କୁମାର ବେହେରା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ (ରିପୋର୍ଟ – ନିରୋଜ କୁମାର ପାଣୀ)